ମୁମ୍ବାଇ: ମୁମ୍ବାଇର ପତ୍ରା ‘ଚଲ୍’ର ପୁନଃବିକାଶ କାର୍ଯ୍ୟରେ ହୋଇଥିବା ଅନିୟମିତା ନେଇ ଆଜି ଇଡି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଅଟକ ରଖିଛି। ରବିବାର ସକାଳେ ମୁମ୍ବାଇସ୍ଥିତ ସଞ୍ଜୟ ରାଉତଙ୍କ ଘରେ ଇଡି ଟିମ୍ ପହଞ୍ଚି ତାଙ୍କୁ ଏହି ମାମଲା ସମ୍ପର୍କରେ ପଚରାଉଚରା କରିଥିଲା। ତାଙ୍କୁ ଅଟକ ରଖିବା ପୂର୍ବରୁ ଇଡି ଦୁଇଥର ସଞ୍ଜୟଙ୍କୁ ପଚରାଉଚରା ପାଇଁ ଡକାଇଥିଲେ ବି ରାଉତ ଥରେ ବି ହାଜର ହୋଇନଥିଲେ। ଏହାକୁ ଦେଖି ଇଡି ଅଧିକାରୀମାନେ ରବିବାର ସକାଳ ପ୍ରାୟ ୭ଟାରେ ଶିବସେନା ନେତା ସଞ୍ଜୟ ରାଉତଙ୍କ ବାସଭବନରେ ପହଞ୍ଚିଥିଲେ।
ଇଡି ଅଧିକାରୀ ପହଞ୍ଚିବା ପରେ ଆଜି ସକାଳେ ମରାଠୀ ଭାଷାରେ ଟୁଇଟ୍ କରି ସଞ୍ଜୟ ଲେଖିଥିଲେ ଯେ, କୌଣସି ଦୁର୍ନୀତି ବ୍ୟାପାରରେ ମୋର ସମ୍ପୃକ୍ତି ନାହିଁ। ‘ଶିବସେନା’ ମୁଖ୍ୟ ବାଲାସାହେବ ଠାକ୍ରେଙ୍କ ରାଣ ଖାଇ ମୁଁ ଏକଥା କହୁଛି। ବାଲାସାହେବ ଆମକୁ ସଂଗ୍ରାମ କରିବା ଶିଖାଇଥିଲେ। ମୁଁ ‘ଶିବସେନା’ ପାଇଁ ଲଢ଼ିବି। ଅକାରଣ କାର୍ଯ୍ୟାନୁଷ୍ଠାନ। ମିଥ୍ୟା ପ୍ରମାଣ। ମୁଁ ‘ଶିବସେନା’ ଛାଡ଼ିବି ନାହିଁ। ମରିବି ପଛେ ଆତ୍ମସମର୍ପଣ କରିବି ନାହିଁ। ଜୟ ମହାରାଷ୍ଟ୍ର।
ଉଲ୍ଲେଖଯୋଗ୍ୟ, ଜୁଲାଇ ୨୦ ଏବଂ ଜୁଲାଇ ୨୭ ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟରେ ହାଜର ହେବାକୁ ଆସିଥିବା ସମନ୍ ଏଡ଼ାଇବା ପରେ ଆଜି ସକାଳେ ପ୍ରବର୍ତ୍ତନ ନିର୍ଦେଶାଳୟ ତଦନ୍ତକାରୀ ଟିମ୍ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ବାସଭବନରେ ପହଞ୍ଚିଥିଲେ। ମୁମ୍ବାଇର ପତ୍ରା ‘ଚଲ୍’ର ପୁନଃବିକାଶ କାର୍ଯ୍ୟରେ ହୋଇଥିବା ଅନିୟମିତା ବିଷୟରେ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କୁ ଜେରା କରିବାକୁ ଚାହୁଁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/49b6f9c6-7782-48bb-9dfe-026c4c49dc22.jpg)