ନୂଆଦିଲ୍ଲୀ : ବଢିବାକୁ ଯାଉଛି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭାଡ୍ରାଙ୍କ ସ୍ୱାମୀ ଏବଂ ବ୍ୟବସାୟୀ ରବର୍ଟ ଭାଡ୍ରାଙ୍କ ଅଡ଼ୁଆ । ଏକ ମନି ଲଣ୍ଡରିଂ ମାମଲାରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରକାଶ କରିଛି ଯେ ଗୁରୁଗ୍ରାମରେ ଏକ ଜାଲ ଜମି ଚୁକ୍ତିନାମା ମାଧ୍ୟମରେ ସେ ୫୮ କୋଟି ଟଙ୍କା ଆୟ କରିଥିଲେ। ଭାଡ୍ରା ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଦାଖଲ ହୋଇଥିବା ଚାର୍ଜସିଟରେ, ଇଡି କହିଛି ଯେ ୫୩ କୋଟି ଟଙ୍କା ସ୍କାଏ ଲାଇଟ୍ ହସପିଟାଲିଟି ମାଧ୍ୟମରେ ଏବଂ ୫ କୋଟି ଟଙ୍କା ବ୍ଲୁ ବ୍ରିଜ୍ ଟ୍ରେଡିଂ ମାଧ୍ୟମରେ ପଠାଯାଇଥିଲା।
ପଚରାଉଚରା ସମୟରେ ରବର୍ଟ ଭାଡ୍ରା ତିନି ଜଣ ମୃତ ବ୍ୟକ୍ତିଙ୍କୁ ଏହି ଠକେଇର ଅଭିଯୁକ୍ତ କରିଥିଲେ। ରବର୍ଟ କହିଥିଲେ ଯେ ମୃତବ୍ୟକ୍ତିମାନେ ତାଙ୍କ ପାଇଁ କାମ କରୁଥିଲେ । କିନ୍ତୁ ଏ ନେଇ ସେ କୌଣସି ପ୍ରମାଣ ଦେଇପାରିନଥିଲେ ।
ପଚରାଉଚରା ସମୟରେ ରବର୍ଟ ଭାଡ୍ରା ତିନି ଜଣ ମୃତ ବ୍ୟକ୍ତିଙ୍କୁ ଏହି ଠକେଇର ଅଭିଯୁକ୍ତ କରିଥିଲେ। ସେମାନେ ହେଲେ ଏଚ୍.ଏଲ୍ ପହୱା, ରାଜେଶ ଖୁରାନା ଏବଂ ମହେଶ ନାଗର । ଗୁରୁଗ୍ରାମ ଜମି ଚୁକ୍ତିନାମାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତରେ ରବର୍ଟ ଭାଡ୍ରାଙ୍କ ବୟାନ ଦୁଇଥର ରେକର୍ଡ କରାଯାଇଥିଲା, ପ୍ରଥମେ ୧୫ ଏପ୍ରିଲ୍ ଏବଂ ଦ୍ୱିତୀୟ ଥର ୧୬ ଏପ୍ରିଲରେ। ଜେରାବେଳେ ରବର୍ଟ କହିଥିଲେ ଯେ ମୃତବ୍ୟକ୍ତିମାନେ ତାଙ୍କ ପାଇଁ କାମ କରୁଥିଲେ । କିନ୍ତୁ ଏ ନେଇ ସେ କୌଣସି ପ୍ରମାଣ ଦେଇପାରିନଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/08/10/robert-2025-08-10-19-20-29.jpg)