ନୂଆଦିଲ୍ଲୀ: ଗୁରୁବାର ଦିନ ଗୌହ୍ବାଟୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଦ୍ୱାରା ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଜେରା କରାଯାଇଛି। ମହାଦେବ ବେଟିଂ ଆପ୍ ଓ ଫେୟାର ପ୍ଲେ ଆପ୍‌ରେ ବେଆଇନ ବିଜ୍ଞାପନରେ ଅଭିନୟ କରିବା ମାମଲାରେ ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

Advertisment

୩୪ ବର୍ଷିୟା ଅଭିନେତ୍ରୀଙ୍କ ବିବୃତି ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ) ଅନୁଯାୟୀ ଜୋନାଲ ଅଫିସରେ ରେକର୍ଡ କରାଯାଇଛି ବୋଲି କୁହାଯାଇଛି। ଭାଟିଆଙ୍କୁ ଦୀର୍ଘ ୫ ଘଣ୍ଟା ଧରି ଜେରା କରାଯାଇଛି।

ଗତକାଲି ଅଭିନେତ୍ରୀ ତାଙ୍କ ବାପାମାଆଙ୍କୁ ନେଇ ଇଡି ଅଫିସ୍‌ରେ ପହଞ୍ଚିଥିବା ସୂଚନା ରହିଛି। ପଚରାଉଚରା ନେଇ ତମନ୍ନା କିମ୍ବା ତାଙ୍କ ବାପା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ମହାଦେବ ବେଟିଂ ଆପ୍ ଓ ଫେୟାର ପ୍ଲେ ଆପ୍‌ରେ ଆଇପିଏଲ୍ ମ୍ୟାଚ୍ ବେଆଇନ ଭାବେ ଟେଲିକାଷ୍ଟ କରାଯାଇଥିଲା।

ଥିପାଇଁ ଭାୟାକମ୍ ୧ କୋଟି ଟଙ୍କା କ୍ଷତି ସହିଥିଲା। ଏହି ମାମଲାରେ ତାଙ୍କର ସମ୍ପୃକ୍ତି ଥିବାରୁ ତମନ୍ନା ଭାଟିଆଙ୍କୁ ଗୌହାଟୀର ଇଡି କାର୍ଯ୍ୟାଳୟରେ ପଚରାଉଚରା କରାଯାଉଛି। ଆପ୍ ଜରିଆରେ ଲୋକେ ୫୭ ହଜାର ଟଙ୍କା ବିନିଯୋଗ କରିବା ପରେ ପ୍ରତିଦିନ ୪ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି।

 ଏହି ମାମଲାରେ ରଣବୀର କପୁର, ଶ୍ରଦ୍ଧା କପୁର, କପିଲ ଶର୍ମା, ହୁମା କୁରେସି, ହିନା ଖାନ୍‌ଙ୍କ ସମେତ ୧୭ ଜଣ ବଲିଉଡ୍ ତାରକାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମନ କରିଛି।