ଅର୍ପିତାଙ୍କ ୪ର୍ଥ ଘରେ ଇଡିର ଚଢଉ ଜାରି, ପୁଣି ଟଙ୍କା ମିଳିବା ସମ୍ଭାବନା

କୋଲକାତା : ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ବାନ୍ଧବୀ ଅର୍ପିତା ମୁଖାର୍ଜୀଙ୍କ ୪ର୍ଥ ଘରେ ଏବେ ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ ବା ଇଡି ପକ୍ଷରୁ ଚଢଉ କରାଯାଉଛି । ପୂର୍ବ ୩ଟି ଘର ପରି ଏହି ଘରୁ ବି ବିପୁଳ ପରିମାଣର ଟଙ୍କା ଓ ସୁନା ମିଳିବା ଆଶଙ୍କା କରାଯାଉଛି ।

କୋଲକାତାର ଚିନାର ପାର୍କଠାରେ ଥିବା ଅର୍ପିତାଙ୍କ ଏହି ଘରେ ଇଡି ଓ ସିଆରପିଏଫ ଯବାନମାନେ ପହଞ୍ଚି ଖାନତଲାସୀ ଚଳାଇଛନ୍ତି । ବୁଧବାରଦିନ କୋଲକାତାର ବେଲଗାଡ଼ିଆଠାରେ ତାଙ୍କର ୨ୟ ଘରେ ଟଢଉ କରାଯାଇ ଇଡି ନିଗଦ ୨୯ କୋଟି ଟଙ୍କା ଓ ସୁନା ଗହଣା ଜବତ କରିଥିଲା । ଟଙ୍କା ଗଣିବାକୁ ଇଡି ଅଧିକାରୀମାନେ ୩ଟି ଟଙ୍କାଗଣା ମେସିନ ବ୍ୟବହାର କରିଥିଲେ । ଗୁରୁବାର ସକାଳୁ ଇଡି ଅଧିକାରୀମାନେ ୧୦ଟି ଟ୍ରଙ୍କରେ ଏସବୁ ଟଙ୍କା ଓ ସୁନା ଜବତ କରି ଫେରିଥିଲେ ।

ଗତ ସପ୍ତାହରେ ତାଙ୍କର ଆଉ ଏକ ଘରେ ଚଢଉ କରାଯାଇ ନଗଦ ୨୧ କୋଟି ଟଙ୍କା ଓ ୨ କୋଟି ଟଙ୍କା ମୂଲ୍ୟର ବିଦେଶୀ ମୁଦ୍ରା, ସୁନା ଜବତ କରାଯାଇଥିଲା । ଏହି ଡଢଉ ପରେ ହିଁ ଇଡି ପକ୍ଷରୁ ପାର୍ଥ ଓ ଅର୍ପିତାଙ୍କୁ ଗିରଫ କରାଯାଇଥିଲା ।
ଏପର୍ଯ୍ୟନ୍ତ ଅର୍ପିତାଙ୍କ ଘରୁ ମୋଟ ୫୦ କୋଟି ଟଙ୍କା ନଗଦ ଜବତ ହୋଇସାରିଛି । ଜେରାବେଳେ ଏସବୁ ଟଙ୍କା ପାର୍ଥଙ୍କର ବୋଲି ଅର୍ପିତା ସ୍ବୀକାର କରିଥିଲେ ।

ସମ୍ବନ୍ଧିତ ଖବର