ନୂଆଦିଲ୍ଲୀ: ଆରଜି କର ମେଡିକାଲ ଏବଂ ହସ୍ପିଟାଲ ସହିତ ଜଡିତ ଆର୍ଥିକ ଦୁର୍ନୀତି ସଂପର୍କରେ ଖୋଳତାଡ଼ କରି ପ୍ରବିର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ପଶ୍ଚିମବଙ୍ଗର ହାୱଡ଼ା, ସୋନାରପୁର ଏବଂ ହୁଗଳିରେ ଏକାଧିକ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି।

Advertisment

ଚଳିତବର୍ଷ ଅଗଷ୍ଟ ୯ ତାରିଖରେ ୩୨ ବର୍ଷ ବୟସ୍କା ଟ୍ରେନି ଡାକ୍ତରଙ୍କର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ହୋଇଛି। 

ସୂଚନାନୁସାରେ, ହୁଗଳିରେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଚଢ଼ାଉ କରୁଥିବା ସ୍ଥାନ ମଧ୍ୟରୁ ଗୋଟିଏରେ ହସ୍ପିଟାଲର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କ ଘର ଅନ୍ତର୍ଭୁକ୍ତ।

ଗତ ସପ୍ତାହରେ କେନ୍ଦ୍ରୀୟ ଏଜେନ୍ସି ଆରଜି କର ମେଡିକାଲ କଲେଜରେ ଆର୍ଥିକ ଅନିୟମିତତା ଅଭିଯୋଗ ଆଣିଥିଲା। ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଏଫ୍ଆଇଆର୍ ଆଧାରରେ ଏହି ମାମଲା ପଞ୍ଜିକୃତ ହୋଇଥିଲା।

ଘୋଷ ୨୦୨୧ ମସିହା ଫେବ୍ରୁଆରି ମାସରୀୁ ୨୦୨୩ ମସିହା ସେପ୍ଟେମ୍ବର ପର୍ଯ୍ୟନ୍ତି ଆରଜି କର ମେଡିକାଲ କଲେଜର ପ୍ରିନ୍ସିପାଲ ଭାବରେ କାର୍ଯ୍ୟ କରିଥିଲେ। ଯଦିଓ ତାଙ୍କୁ ଅକ୍ଟୋବର ୨୦୨୩ରେ ସ୍ଥାନାନ୍ତର କରାଯାଇଥିଲା, ତଥାପି ସେ ଏକ ମାସ ମଧ୍ୟରେ ଡାକ୍ତରଖାନାରେ ନିଜର କାର୍ଯ୍ୟ ଆରମ୍ଭ କରିଥିଲେ। ଜଣେ ଟ୍ରେନି ଡାକ୍ତରଙ୍କ ନିର୍ଦ୍ଦୟ ଦୁଷ୍କର୍ମ ଓ ହତ୍ୟା ଦିନ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିଥିଲେ।