ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ଏକ ମନି ଲଣ୍ଡରିଂ ମାମଲାରେ ପୂର୍ବତନ ମହାରାଷ୍ଟ୍ର ମନ୍ତ୍ରୀ ଅନିଲ ପରବଙ୍କ ଘରେ ଚଢ଼ଉ କରିଛି। ଇଡି ଆଜି ପୂର୍ବତନ ମନ୍ତ୍ରୀ ପରବଙ୍କ ଘରୁ ୧୦.୨୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଆଇପିସିର ଧାରା ୧୯ ଏବଂ ଅନ୍ୟ ଆଇନର ଉଲ୍ଳଂଘନ ପାଇଁ ପରିବେଶ ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ଦ୍ବାରା ରୁଜୁ ହୋଇଥିବା ଏକ ଅଭିଯୋଗ ଆଧାରରେ ଇଡି ପିଏମ୍ଏଲଏ ଅଧୀନରେ ମନ୍ତ୍ରୀ ଅନିଲ ପରବଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି।
ଉଲ୍ଲେଖଯୋଗ୍ୟ, ଅନିଲ ପରବ ଗୋଟିଏ ଜମିରେ ଦୁଇଟି ବଙ୍ଗଳା ନିର୍ମାଣ କରିବାପାଇଁ ରାଜସ୍ବ ବିଭାଗରୁ ବେଆଇନ ଅନୁମତି ଆଣିଥିଲେ।