ନୂଆଦିଲ୍ଲୀ: ବଢ଼ିଲା ଆମ ଆଦମୀ ପାର୍ଟି ନେତା ତଥା ପୂର୍ବତନ ମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କ ସମସ୍ୟା। ଚଢ଼ାଉ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଆଜି ସୌରଭ ଭରଦ୍ୱାଜଙ୍କ ଘରେ ଚଢାଉ କରାଯାଇଥିବା ଜଣାଯାଇଛି। ତାଙ୍କ ଉପରେ ଦୁର୍ନୀତି କରିଥିବାର ଅଭିଯୋଗ ଆସିଛି। ସୂଚନା ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ ହସ୍ପିଟାଲ ନିର୍ମାଣ ଦୁର୍ନୀତି ସହ ଜଡିତ। ହସ୍ପିଟାଲ ନିର୍ମାଣରେ ଦୁର୍ନୀତି ହୋଇଥିବା ନେଇ ଖବର ମିଳିବା ପରେ ଆଜି ଇଡି ତାଙ୍କ ଘରେ ଚଢ଼ଉ କରିଥିବା ସାମ୍ନାକୁ ଆସିଛି।
ଇଡି ଟିମ୍ ସୌରଭ ଭରଦ୍ୱାଜଙ୍କ ସହ ଜଡିତ ୧୩ଟି ସ୍ଥାନରେ ଚଢାଉ କରିଥିବା ଜଣାଯାଇଛି। ହସ୍ପିଟାଲ ନିର୍ମାଣ ଦୁର୍ନୀତି ପ୍ରାୟ ୫୫୯୦ କୋଟି ଟଙ୍କାର। ୨୦୧୮-୧୯ ବର୍ଷରେ, ଦିଲ୍ଲୀ ସରକାର ୨୪ଟି ହସ୍ପିଟାଲ ନିର୍ମାଣ ପାଇଁ ୫୫୯୦ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଥିଲେ। ଆଇସିୟୁ ହସ୍ପିଟାଲ ୬ ମାସରେ ନିର୍ମାଣ ହେବାର ଥିଲା, କିନ୍ତୁ ୩ ବର୍ଷ ପରେ ମଧ୍ୟ କାମ ଅସମ୍ପୂର୍ଣ୍ଣ ରହିଲା। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଅନେକରେ ଗୁରୁତର ଅନିୟମିତତାର ଅଭିଯୋଗ ଆସିଛି। ୮୦୦ କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ, କେବଳ ୫୦% କାମ ସମାପ୍ତ ହୋଇଥିଲା। ଏଲଏନଜେପି ହସ୍ପିଟାଲର ଖର୍ଚ୍ଚ ୪୮୮ କୋଟି ଟଙ୍କାରୁ ବୃଦ୍ଧି ପାଇ ୧୧୩୫ କୋଟି ଟଙ୍କା ହୋଇଥିଲା। ଏହା ସତ୍ତ୍ବେ କାମ ମଧ୍ୟ ମନ୍ଥର ଗତିରେ ଆଗେଇଥିଲା। ଅନେକ ସ୍ଥାନରେ ଅନୁମୋଦନ ବିନା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଏଥିରେ ଠିକାଦାରଙ୍କ ଭୂମିକା ସନ୍ଦେହଜନକ ବୋଲି ଜଣାପଡିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/08/26/new-project-1-2025-08-26-11-09-33.jpg)