ନୂଆଦିଲ୍ଲୀ: ଚଢ଼ାଉ ସମୟରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କର ଅନ୍ୟତମ ଘନିଷ୍ଠ ସହଯୋଗୀ ପ୍ରେମ ପ୍ରକାଶଙ୍କ ଘରୁ ପ୍ରବର୍ତ୍ତନ ନିର୍ଦେଶାଳୟ ୨ଟି ‘ଏକେ-୪୭’ ରାଇଫଲ୍ ଉଦ୍ଧାର କରିଥିବା କଥା ସରକାରୀ ଅଧିକାରୀମାନେ ଗଣମାଧ୍ୟମକୁ କହିଛନ୍ତି।
ବେଆଇନ୍ ଖଣି ଖୋଦନ ମାମଲାରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ର ଗୁଇନ୍ଦାମାନେ ପ୍ରେମ ପ୍ରକାଶଙ୍କ ଝାଡ଼ଖଣ୍ଡସ୍ଥିତ ବାସଭବନ ତଲାସ କରୁଥିବା ବେଳେ ଗୋଟାଏ ଲୁହା ଆଲମାରିରୁ ୨ଟି ‘ଏକେ-୪୭’ ରାଇଫଲ୍ ପାଇଥିବା କଥା କହିଛନ୍ତି।
ବେଆଇନ୍ ରାଇଫଲ୍ ଉଦ୍ଧାର ଘଟଣା ସେ ନିମନ୍ତେ ଥିବା ସରକାରୀ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବା ପରେ ପ୍ରେମ ପ୍ରକାଶଙ୍କ ନାଁରେ ‘ଅସ୍ତ୍ରଶସ୍ତ୍ର ଆଇନ’ ଅନୁସାରେ ପୃଥକ୍ ମାମଲା ରୁଜୁ କରାଯିବ।
Image Courtesy of India Posts Englishହେମନ୍ତ ସୋରେନ୍ଙ୍କ ସହିତ ତାଙ୍କର ଘନିଷ୍ଠତା ଥିବା ସମ୍ପର୍କରେ ସୁନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ପ୍ରେମ ପ୍ରକାଶଙ୍କ ବାସଭବନରେ ଖାନତଲାସ କରାଯାଇଥିଲା।
ପ୍ରେମ ପ୍ରକାଶଙ୍କ ବ୍ୟତିରେକେ, ବେଆଇନ ଖଣି ଖୋଦନ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଝାଡ଼ଖଣ୍ଡ, ବିହାର, ତାମିଲନାଡୁ ଏବଂ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ଆଉ ୧୬ଟି ସ୍ଥାନରେ ଚଢ଼ାଉ କରାଯାଇ ଖାନ୍ତଲାସ କରାଯାଇଥିଲା। ଏହି ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ମଧ୍ୟ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ସ୍କାନର୍ରେ ଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।
Image Courtesy of India Todayଏହାଛଡ଼ା, ‘ମନି ଲଣ୍ଡରିଙ୍ଗ୍ ଆଇନ’ରେ ବିଧାୟକ ପଙ୍କଜ ମିଶ୍ରାଙ୍କ ସମତେ ପ୍ରବର୍ତ୍ତନ ନିର୍ଦେଶାଳୟ ହେମନ୍ତ ସୋରେନ୍ଙ୍କ ଘନିଷ୍ଠ ସହଯୋଗୀମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ରୁ ୧୧.୮୮ କୋଟି ଟଙ୍କା ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/ED-Raid-AK-47_Thumbnail.jpg)