ନୂଆଦିଲ୍ଲୀ : ଗାନ୍ଧି ପରିବାରର ଜାମାତା ରବର୍ଟ ଭଦ୍ରାଙ୍କ ଉପରେ ଏନଫୋର୍ସମେଣ୍ଟ ଡାଇରୋକ୍ଟରେଟ (ଇଡି) ଚଡ଼କ । ରବର୍ଟଙ୍କ ସହ ସଂପୃକ୍ତ ବ୍ୟକ୍ତିମାନଙ୍କର ୩ଟି ସ୍ଥାନରେ ଇଡି ଅଧିକାରୀମାନେ ଚଢଉ କରିଥିବା ଖବର ପହଞ୍ଚିଛି । ରାଜସ୍ଥାନର ବିକାନୀର ଜମି ଦୁର୍ନୀତି ମାମଲାରେ ଏହି ଚଢଉ ହୋଇଥିବା ଜଣାପଡିଛି । ତେବେ ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ଚଢଉ କରାଯାଇଥିବା ଭଦ୍ରାଙ୍କ ଓକିଲ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ଇଡି ଅଧିକାରୀମାନେ ସ୍କାଇଲାଇଟ ହସପିଟାଲିଟି ମଧ୍ୟରେ କର୍ମଚାରୀମାନଙ୍କୁ ଅଟକ ରଖିଛନ୍ତି । କାହାକୁ ବାହାରିବାକୁ ଦେଉନାହାନ୍ତି । ଏହା ନାଜି ଶାସନ ବୋଲି ସେ ଅଭିଯୋଗ କରିଛନ୍ତି ।
ଗାନ୍ଧି ପରିବାରର ଜାମାତା ରବର୍ଟ ଭଦ୍ରାଙ୍କ ଉପରେ ଇଡି ଚଡକ ! ୩ଟି ସ୍ଥାନରେ ଚଢଉ
/sambad/media/post_attachments/wp-content/uploads/2018/12/ROBERT.jpg)