ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲାରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଘରର ତଲାସୀ ନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) | ଆଜି ଇଡି ନାଗପୁର ଜିଲ୍ଲାରେ ଥିବା ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଦୁଇଟି ବାସଭବନରେ ତଲାସୀ କରିଥିବା ନେଇ ଜଣେ ପୁଲିସ ଅଧିକାରୀ କହିଛନ୍ତି |
ସୂଚନା ମୁତାବକ, ଇଡିର ଦୁଇଟି ଟିମ ନାଗପୁର ଜିଲ୍ଲାର ପ୍ରାୟ ୬୦ କିଲୋମିଟର ଦୂରରେ ଅବସ୍ଥିତ କାଟୋଲ ସହରରେ ଦେଶମୁଖଙ୍କ ଘର ଏବଂ କାଟୋଲ ନିକଟ ୱାଡଭିହିରା ଗ୍ରାମରେ ତାଙ୍କ ପୈତୃକ ଘରର ଛାନଭିନ କରିଥିବା ପୁଲିସ ଅଧିକାରୀଜଣକ କହିଛନ୍ତି। ତେବେ ଦେଶମୁଖଙ୍କ କାଟୋଲରେ ଥିବା ଘରର ଛାନଭିନ ଚାଲିଥିବାବେଳେ ୱାଡଭିହିରାରେ ଥିବା ପୈତୃକ ଘରର ଛାନଭିନ ମଧ୍ୟାହ୍ନ ପ୍ରାୟ ୧୨ ଟା ବେଳେ ଶେଷ ହୋଇଛି।
 NDTVଏହା ପୂର୍ବରୁ ଅନିଲ ଦେଶମୁଖଙ୍କର ପ୍ରାୟ ୪ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଇଡି କହିଥିଲା ଯେ, ପିଏମଏଲଏ ଅଧୀନରେ ଜାରି ନିର୍ଦ୍ଦେଶ ଅନୁଯାୟୀ ଦେଶମୁଖଙ୍କ ସମ୍ପତ୍ତି ଜବତ ହୋଇଛି। ୭୨ ବର୍ଷୀୟ ଦେଶମୁଖ, ତାଙ୍କ ପୁଅ ହୃଷିକେଶ ଏବଂ ପତ୍ନୀଙ୍କୁ ଇଡି ସମନ କରିଥିଲା କିନ୍ତୁ ସେମାନେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇନଥିଲେ। ୧୦୦ କୋଟି ଟଙ୍କାର ଲାଞ୍ଚ ଏବଂ ଦାଦାବଟି ଆଦାୟ ମାମଲାରେ ଇଡି ଦ୍ବାରା ଏହି ସମନ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/t-131.jpg)