ଆମ୍‌ନେଷ୍ଟି ଇଣ୍ଡିଆର ୧୭ କୋଟି ସଂପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ : ମାନବାଧିକାର ପାଇଁ ଲଢ଼ୁଥିବା ଅନ୍ତର୍ଜାତୀୟ ସଂସ୍ଥା ଆମ୍‌ନେଷ୍ଟି ଇଣ୍ଟରନ୍ୟାସନାଲ ଇଣ୍ଡିଆର ୧୭.୬୬ କୋଟି ଟଙ୍କାର ସଂପତ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜବତ କରିଛି। ମନି ଲଣ୍ଡରିଂ ଅଭିଯୋଗରେ ଉକ୍ତ ସମ୍ପତ୍ତି ଜବତ ହୋଇଛି। ଉକ୍ତ ସଂସ୍ଥା ବେଆଇନ ଭାବେ ବିଦେଶରୁ ପାଣ୍ଠି ସଂଗ୍ରହ କରିଛି। ଏଫସିଆରଏ ଅଧୀନରେ କେବେ ବି ନିଜକୁ ପଞ୍ଜୀକରଣ କରିନାହିଁ ବୋଲି ଅଭିଯୋଗ ରହିଛି। ଗତ କିଛିବର୍ଷ ମଧ୍ୟରେ ଉକ୍ତ ସଂସ୍ଥାର କାର୍ଯ୍ୟାଳୟରେ ଏକାଧିକ ଥର ଚଢ଼ାଉ ହୋଇଛି।

ସମ୍ବନ୍ଧିତ ଖବର