ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ (ୟୁପି)ର ପୂର୍ବତନ ବିଧାୟକ ବିନୟ ଶଙ୍କର ତିୱାରୀଙ୍କର ୭୨ କୋଟି ଟଙ୍କାର ସଂପତ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜବତ କରିଛି। ୭୫୦ କୋଟି ଟଙ୍କା ବ୍ୟାଙ୍କ ଠକେଇ ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଲକ୍ଷ୍ନୌ, ମହାରାଜଗଞ୍ଜ ଏବଂ ଗୋରଖପୁର ଜିଲ୍ଲାରେ ଥିବା ୨୭ଟି ସ୍ଥାବର ସଂପତ୍ତି ପିଏମଏଲଏ ଅଧୀନରେ ଜବତ କରାଯାଇଛି। ଉଲ୍ଲେଖଯୋଗ୍ୟ, ବିନୟ ତିୱାରୀ ଚିଲୁପର ବିଧାନସଭା ଆସନରୁ ବିଏସ୍‌ପି ଟିକେଟରେ ବିଧାୟକ ହୋଇଥିଲେ। କିନ୍ତୁ ପରେ ସେ ସପାରେ ଯୋଗ ଦେଇଥିଲେ।