୩ମାସରେ ୧୦୦କୋଟି ଜବତ, ଜାଣିଛନ୍ତି କି ଇଡି ଜବତ କରୁଥିବା ଟଙ୍କା କିଏ ରଖୁଛି

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତ ତିନି ମାସ ମଧ୍ୟରେ ପ୍ରାୟ ୧୦୦କୋଟି ଟଙ୍କା ନଗଦ ଜବତ କରିଛି। ଗତକାଲି ମୋବାଇଲ୍ ଗେମିଂ ଆପ ଜରିଆରେ ଲୋକଙ୍କୁ ଠକୁଥିବା କୋଲକାତାର ଜଣେ ବ୍ୟବସାୟୀଙ୍କ ବାସଭବନରୁ ୧୭କୋଟିରୁ ଅଧିକ ଟଙ୍କା ଜବତ କରିଛି ଇଡି। ତେବେ ପ୍ରତି ମାସରେ ବଡ଼ ବଡ଼ ବ୍ୟବସାୟୀ ଏବଂ ରାଜନେତ‌ାଙ୍କ ଘରୁ ଜବତ ହେଉଥିବା କୋଟି କୋଟି ଟଙ୍କା ଯାଉଛି କୁଆଡେ? ତାକୁ ରଖୁଛି କିଏ? ସେ ବିଷୟରେ ଆପଣ ଜାଣନ୍ତି କି? ଆଜି ଆମେ ସେ ବିଷୟରେ ଆପଣଙ୍କୁ ଜଣାଇବୁ।

ତେବେ ଯେତେବେଳେ କୌଣସି ସ୍ଥାନରୁ ନଗଦ ଟଙ୍କାକୁ ଇଡି ଜବତ କରେ, ପ୍ରଥମେ ଏହାର ଗଣନା କରାଯାଏ। ସାଧାରଣତଃ ଏହି ଗଣନା ବ୍ୟାଙ୍କର କର୍ମଚାରୀଙ୍କ ଦ୍ୱାରା କରାଯାଇଥାଏ। ଗଣନା ସମୟରେ ଜବତ ହୋଇଥିବା ଟଙ୍କାରେ କେଉଁ ନୋଟ୍ କେତୋଟି ରହିଛି, ସେମାନଙ୍କର ସଂଖ୍ୟା ମଧ୍ୟ ରେକର୍ଡ କରାଯାଏ। ଏହା ପରେ ଏହାକୁ ବାକ୍ସରେ ଭର୍ତ୍ତି କରି ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଶାଖାରେ ସିଲ୍ କରି ଜମା କରାଯାଇଥାଏ। ଟଙ୍କା ଜବତ ହେବା ପରେ ଅନୁସନ୍ଧାନକାରୀ ସଂସ୍ଥା ଉକ୍ତ ବ୍ୟକ୍ତିଙ୍କୁ ଅର୍ଥର ଉତ୍ସ ବିଷୟରେ ସୂଚନା ଦେବା ପାଇଁ ପୂର୍ଣ୍ଣ ସୁଯୋଗ ଦେଇଥାନ୍ତି। ଯଦି ଜବତ ହୋଇଥିବା ଟଙ୍କା ସମ୍ବନ୍ଧୀୟ ପ୍ରଶ୍ନର ସନ୍ତୁଷ୍ଟ କଲା ଭଳି ଉତ୍ତର ତଦନ୍ତକାରୀ ସଂସ୍ଥାକୁ ନମିଳେ, ତେବେ ବ୍ୟକ୍ତିଜଣକ ଭୁଲ ଉପାୟରେ ଟଙ୍କା ରୋଜଗାର କରାଯାଇଥିବା ଗ୍ରହଣ କରାଯାଏ। ଅଦାଲତର ତତ୍ତ୍ୱାବଧାନରେ ଏହି ସବୁ ଘଟେ। ଯଦି ବ୍ୟକ୍ତିଜଣକ ସନ୍ତୁଷ୍ଟ କଲା ଭଳି ଉତ୍ତର ଦିଅନ୍ତି ତେବେ ଜବତ ହୋଇଥିବା ଟଙ୍କା ତାଙ୍କୁ ଫେରାଇ ଦିଆଯାଏ। କିନ୍ତୁ ଟଙ୍କାର ଉତ୍ସ ବିଷୟରେ ସୂଚନା ଦେବାରେ ବିଫଳ ହେଲେ ଜବତ ହୋଇଥିବା ଟଙ୍କା କେନ୍ଦ୍ର ସରକାରଙ୍କ ରାଜକୋଷକୁ ଚାଲିଯାଇଥାଏ।

ସମ୍ବନ୍ଧିତ ଖବର