ନୂଆଦିଲ୍ଲୀ: ରବର୍ଟ ଭଦ୍ରାଙ୍କୁ ଇଡିର ସମନ । କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ଇଡିର ୨ୟ ଥର ପାଇଁ ସମନ । ପୂର୍ବରୁ ଏପ୍ରିଲ ୮ ତାରିଖରେ ଇଡି ସମନ କରିଥିବା ବେଳେ ରବର୍ଟ ହାଜର ହୋଇନଥିଲେ । ତେଣୁ ମଙ୍ଗଳବାର ଦିନ ଅର୍ଥାତ ଆଜି ପୁନଶ୍ଚ ସମନ କରିଛି ଇଡି । ହରିୟାଣା ଶିକୋହପୁର ଜମି ଦୁର୍ନୀତି ମାମଲାରେ ଇଡି ସମନ କରିଛି ।
ତେବେ ରବର୍ଟ ଭଦ୍ରାଙ୍କ କମ୍ପାନୀ ସ୍କାଇଲାଇଟ୍ ହସ୍ପିଟାଲିଟି ପ୍ରାଇଭେଟ ଲିମିଟେଡକୁ ଗୁରୁଗ୍ରାମରେ ଏକ କଲୋନୀ ନିର୍ମାଣ ପାଇଁ ୩.୫୩ ଏକର ଜମିକୁ ୭.୫୦ କୋଟି ଟଙ୍କାରେ ଦିଆଯାଇଥିଲା । ଏହା ନିର୍ମାଣ କରିବାକୁ ହରିୟାଣା ସରକାର ଲାଇସେନ୍ସ ମଧ୍ୟ ଦେଇଥିଲେ ଏଥିସହ ୨.୭୦ ଏକର ଜମିକୁ ବ୍ୟବସାୟିକ କଲୋନୀ ନିର୍ମାଣ ପାଇଁ ବି ଅନୁମତି ଦେଇଥିଲେ । ହେଲେ ରବର୍ଟ ଭଦ୍ରାଙ୍କ କମ୍ପାନୀ କଲୋନୀ କରିବା ବଦଳରେ ୨୦୧୨ରେ ଡିଏଲଏଫ ୟୁନିଭର୍ସାଲ କମ୍ପାନୀକୁ ୫୮ କୋଟି ଟଙ୍କାରେ ଉକ୍ତ ଜମିକୁ ବିକି ଦେଇଥିଲେ । ଯେଉଁ କାରଣରୁ ରବର୍ଟ ଭଦ୍ରାଙ୍କୁ ଇଡି ସମନ କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/04/15/RJLHfOStYX0aYA2X0jno.jpg)