ବଢିଲା ଡିକେ ଶିବକୁମାରଙ୍କ ସମସ୍ୟା : ଜେରା ପାଇଁ ଝିଅ ଐଶ୍ୱର୍ଯ୍ୟାଙ୍କୁ ଡକାଇଲା ଇଡି

ନୂଆଦିଲ୍ଲୀ : ଦିନକୁ ଦିନ ବଢିଚାଲିଛି କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କ ସମସ୍ୟା । ବେଆଇନ ଅର୍ଥ କାରବାର ଅଭିଯୋଗରେ ସେ ଏବେ ଇଡି ହାଜତରେ ଥିବାବେଳେ ଆଜି ତାଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କୁ ଜେରା ପାଇଁ ଡକାଇଛି ଇଡି । ଶିବକୁମାରଙ୍କ ବେଆଇନ ଅର୍ଥ କାରବାର ସଂପର୍କରେ ତଦନ୍ତ କରିବାବେଳେ ଇଡି ଜାଣିବାକୁ ପାଇଥିଲା ଯେ ତାଙ୍କର ଏକ ଟ୍ରଷ୍ଟ ଅଛି ଓ ତାହାକୁ ଐଶ୍ୱର୍ଯ୍ୟା ପରିଚାଳନା କରୁଛନ୍ତି ।

ଏହି ଟ୍ରଷ୍ଟ ସଂପର୍କରେ ସବିଶେଷ ତଥ୍ୟ ହାସଲ କରିବା ପାଇଁ ଐଶ୍ୱର୍ଯ୍ୟାଙ୍କୁ ଡକାଯାଇଥିବା ଇଡି ପକ୍ଷରୁ କୁହାଯାଇଛି । ଡିକେ ଶିବକୁମାରଙ୍କୁ ୪ ଦିନ ଧରି ଜେରା କରିବା ପରେ ଗତ ୩ ତାରିଖ ଦିନ ଗିରଫ କରିଥିଲା ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ ବା ଇଡି । ତା ପର ଦିନ ଦିଲ୍ଲୀର ଏକ କୋର୍ଟ ତାଙ୍କୁ ୧୦ ଦିନ ପାଇଁ ଇଡି ରିମାଣ୍ଡକୁ ପଠାଇଦେଇଥିଲେ । ତେବେ ବିଜେପି ପ୍ରତିଶୋଧପରାୟଣ ହୋଇ ତାଙ୍କୁ ଗିରଫ କରିଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

ସମ୍ବନ୍ଧିତ ଖବର