ହେମନ୍ତ ସୋ‌ରେନଙ୍କୁ ପୁଣି ଇଡି ସମନ୍‌

ରାଞ୍ଚି : ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଆଜି ପୁଣିଥରେ ସମe କରିଛି। ମନି ଲଣ୍ଡରିଂ ମାମଲାରେ ଜେରା ପାଇଁ ସୋରେନଙ୍କୁ ଆସନ୍ତା ନଭେମ୍ବର ୧୭ ତାରିଖରେ ହାଜର ହେବାକୁ ସମନ କରାଯାଇଛି। ସୋରେନ ରାଞ୍ଚି ସ୍ଥିତି ଇଡି ଅଫିସରେ ହାଜର ହେବେ। ଇଡି ମଧ୍ୟ ପୂର୍ବରୁ‌ ଗତ ନଭେମ୍ବର ୩ରେ ସୋରେନଙ୍କୁ ସମନ କରିଥିଲା। କିନ୍ତୁ ସୋରେନ ଇଡିରେ ହାଜର ‌ହୋଇନଥିଲେ। ଯଦି ସେ କିଛି ଭୁଲ୍‌ କରିଛନ୍ତି ତାଙ୍କୁ ସମନ୍‌ ନକରି ଗିରଫ କରାଯାଉ ବୋଲି ସୋରେନ ଚ୍ୟାଲେଞ୍ଜ କରିଥିଲେ।

ସମ୍ବନ୍ଧିତ ଖବର