ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତିଙ୍କୁ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ସମନ କରିଛି। ମନି ଲଣ୍ଡ୍ରିଂ ମାମଲାରେ ମୁଫ୍ତିଙ୍କୁ ଆସନ୍ତା ୧୫ ତାରିଖରେ ଇଡିରେ ହାଜର ହେବାପାଇଁ କୁହାଯାଇଛି। ପ୍ରାୟ ବର୍ଷେରୁ ଊର୍ଦ୍ଧ୍ବ ସମୟ ଧରି ଅଟକ ରହିବାପରେ ମୁଫ୍ତିଙ୍କୁ ଗତବର୍ଷ ମୁକ୍ତ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଗତବର୍ଷ ଇଡି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଏଜିଡି (ପିପୁଲ୍ସ ଆଲିଆନ୍ସ ଫର୍ ଗୁପ୍କର ଡିକ୍ଲାରେସନ୍) ସଭାପତି ଫାରୁକ୍ ଅବଦୁଲ୍ଲାଙ୍କର ୧୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ଜମ୍ମୁ କାଶ୍ମୀର କ୍ରିକେଟ୍ ଆସୋସିଏସନ୍ ଦୁର୍ନୀତି ମାମଲାରେ ଇଡି ପିଏମ୍ଏଲ୍ଏ ଅଧୀନରେ ଅବଦୁଲ୍ଲାଙ୍କ ସମ୍ପତ୍ତି ଜବତ କରିଥିଲା।
ମୁଫ୍ତିଙ୍କୁ ଇଡି ସମନ୍
/sambad/media/post_attachments/wp-content/uploads/2019/03/mehbooba-mufti-threatens-delhi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)