ରବର୍ଟ ଭଦ୍ରାଙ୍କୁ ଇଡି ସମନ୍

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀଙ୍କ ଜ୍ବାଇଁ ରବର୍ଟ ଭଦ୍ରାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (‌ଇଡି) ଶୁକ୍ରବାର ସମନ କରିଛି। ରାଜସ୍ଥାନରେ ଜମି କିଣାବିକା ମାମଲାରେ ଇଡି ଏହି ସମନ ପଠାଇଛି। ପୂର୍ବରୁ ଏହି ମାମଲାରେ ଇଡି ଶ୍ରୀ ଭଦ୍ରାଙ୍କୁ ସମନ କରିଥିଲେ ମଧ୍ୟ ସେ ହାଜର ହୋଇ ନଥିଲେ। ୨୦୧୫ ସେପ୍ଟେମ୍ବରରେ ଇଡି ପିଏମଏଲଏ ଅଧୀନରେ ତାଙ୍କ ନାମରେ ଏକ ଅପରାଧିକ ମାମଲା ଦାଏର କରିଥିଲା। ସେଥିରେ ଅଭିଯୋଗ କରାଯାଇଥିଲା ଶ୍ରୀ ଭଦ୍ରାଙ୍କ ମାଲିକାନାରେ ଥିବା ସ୍କାଏ ଲାଇଟ୍ ହସ୍ପିଟାଲିଟି ବିକାନେରର କୋଲାୟତ୍‌ରେ ଏକ ଜମି କିଣିଥିଲେ। ଏହି ଜମିକୁ ଖୁବ୍ କମ୍ ଦରରେ କିଣିଥିଲେ ମଧ୍ୟ ବେଆଇନ କାରବାର କରି ଏହାକୁ ବହୁ ଉଚ୍ଚ ଦରରେ ବିକ୍ରି କରିଥିଲେ। କେନ୍ଦ୍ର ଗୃହମନ୍ତ୍ରାଳୟ ଗତକାଲି ଦିଲ୍ଲୀ ସରକାରଙ୍କ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜେରା କରିବା ଲାଗି ଅନୁମତି ଦେବାର ପର ଦିନ ଇଡି ପକ୍ଷରୁ ଶ୍ରୀ ଭଦ୍ରାଙ୍କୁ ସମନ କରାଯାଇଛି।

ସମ୍ବନ୍ଧିତ ଖବର