ନୂଆଦିଲ୍ଲୀ: ‘ନ୍ୟାସ୍ନାଲ୍ ହେରାଲ୍ଡ୍’ ମାମଲାରେ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ସମନ୍ ଜାରି କରିଛି। ୨୦୧୫ରେ ଏହି ମାମଲାକୁ ପ୍ରବର୍ତ୍ତନ ନିର୍ଦେଶାଳୟ ବନ୍ଦ କରି ଦେଇଥିଲା।
ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି କଂଗ୍ରେସ ନେତା ତଥା ବରିଷ୍ଠ ଆଡ୍ଭୋକେଟ୍ ଅଭିଷେକ ମନୁ ସିଙ୍ଗୱି କହିଛନ୍ତି, ବିରୋଧୀମାନଙ୍କୁ ଭୟଭୀତ କରିବା ଲାଗି ବିଜେପି ତା’ର ନିୟନ୍ତ୍ରଣାଧୀନ ତଦନ୍ତକାରୀ ଏଜେନ୍ସିମାନଙ୍କୁ ବ୍ୟବହାର କରୁଛି। ‘ନ୍ୟାସ୍ନାଲ୍ ହେରାଲଡ୍’ର ଇତିହାସ ସ୍ବାଧୀନତା ସମୟର।
Image Courtesy of Asianet Newsableସେ ଆହୁରି ମଧ୍ୟ କହିଛନ୍ତି, ମମତା ବାନାର୍ଜୀ, ଫାରୁକ୍ ଅବ୍ଦୁଲ୍ଲାଙ୍କ ଭଳି ସମସ୍ତ ବିରୋଧୀ ନେତାମାନେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଆକ୍ରମଣର ଶିକାର ହେଉଛନ୍ତି। ଲୋନ୍ ବା ଋଣକୁ ‘ଇକ୍ବିଟି’ରେ ପରିଣିତ କରି ସମସ୍ତ କମ୍ପାନି ବାଲାନ୍ସିଟ୍ ପ୍ରସ୍ତୁତ କରିନ୍ତି।
Image Courtesy of India Today୨୦୧୫ରେ ପ୍ରବର୍ତ୍ତନ ନିର୍ଦେଶାଳୟ ‘ନ୍ୟାସ୍ନାଲ୍ ହେରାଲ୍ଡ୍’ ମାମଲା ବନ୍ଦ କରିଥିଲା। କିନ୍ତୁ, ସରକାର ଏହି ପଦକ୍ଷେପକୁ ନାପସନ୍ଦ କରି ସମ୍ପୃକ୍ତ ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀଙ୍କୁ ହଟାଇ ଦେଇ ନୂଆ ଅଧିକାରୀଙ୍କୁ ନିଯୁକ୍ତ କରି ମାମାଲକୁ ପୁଣି ଚାଲୁ କଲେ। ମୁଦ୍ରାସ୍ଫିତି ଏବଂ ବଢ଼ି ଚାଲିଥିବା ଅନ୍ୟାନ୍ୟ ସମସ୍ୟା ଉପରେ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ସରକାର ଏଭଳି କରୁଛନ୍ତି ବୋଲି ସାଙ୍ଗ୍ୱି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/ED-Summons-to-Sonia-Rahul-Gandhi_Thumbnail.jpg)