ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣି ସମନ୍ କରିଛି। ତାଙ୍କୁ ଆସନ୍ତା ୨୧ ତାରିଖ (ଗୁରୁବାର) ହାଜର ହେବାକୁ କୁହାଯାଇଛି। କେଜ୍ରିୱାଲ ଆସନ୍ତା ୧୯ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ୧୦ ଦିନ ପାଇଁ ବିପାସନା ଧ୍ୟାନ କୋର୍ସ ପାଇଁ ବାହାରକୁ ଯିବାର ରହିଛି।
କେଜ୍ରିୱାଲଙ୍କୁ ଇଡିର ଏହା ହେଉଛି ଦ୍ବିତୀୟ ସମନ। ପୂର୍ବରୁ ନଭେମ୍ବର ୨ ତାରିଖରେ ତାଙ୍କୁ ହାଜର ହେବାକୁ ଇଡି ସମନ କରିଥିଲା। କିନ୍ତୁ ସେହି ସମନଙ୍କୁ କେଜ୍ରିୱାଲ ଏଡ଼ାଇ ଯାଇଥିଲେ। ତେବେ ଗତ ଏପ୍ରିଲ ୧୬ରେ କେଜ୍ରିୱାଲଙ୍କୁ ସିବିଆଇ ଏହି ମାମଲାରେ ୯ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଥିଲା। ଏହି ମାମଲାରେ ଆପ୍ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଓ ସାଂସଦ ସଂଜୟ ସିଂହ ଜେଲ୍ରେ ଅଛନ୍ତି।