ପିଏମ୍‌ସି ବ୍ୟାଙ୍କ ଜାଲିଆତି ମାମଲା: ଶିବସେନା ନେତା ସଞ୍ଜୟ ରାଉତଙ୍କ ପତ୍ନୀଙ୍କୁ ପଚରାଉଚରା ପାଇଁ ସମନ ପଠାଇଲା ଇଡି

ନୂଆଦିଲ୍ଲୀ: ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ୪୩୫୫ କୋଟି ଟଙ୍କାର ପିଏମ୍‌ସି ବ୍ୟାଙ୍କ ଜାଲିଆତି ମାମଲାର ତଦନ୍ତ ନେଇ ତାଙ୍କୁ ଇଡି ସମନ ପଠାଇଥିବା ଜଣାପଡ଼ିଛି। ଡିସେମ୍ବର ୨୯ରେ ପଚରାଉଚରା ପାଇଁ ତାଙ୍କୁ ଡକାଯାଇଛି। ବର୍ଷାଙ୍କ ସମେତ ଅନ୍ୟ ଜଣେ ଅଭିଯୁକ୍ତ ପ୍ରବୀଣ ରାଉତଙ୍କ ପତ୍ନୀଙ୍କୁ ମଧ୍ୟ ଇଡି ପଚରାଉଚରା ପାଇଁ ସମନ ପଠାଇଥିବା ଜଣାପଡ଼ିଛି। ପ୍ରବୀଣ ରାଉତଙ୍କୁ କିଛି ଦିନ ପୂର୍ବରୁ ଇଡି ଗିରଫ କରିଥିଲା। ବର୍ଷା ରାଉତଙ୍କ ଆକାଉଣ୍ଟକୁ ପ୍ରବୀଣଙ୍କ ଆକାଉଣ୍ଟରୁ ଯେଉଁ ଟଙ୍କା ପଠାଯାଇଥିଲା, ତାକୁ ନେଇ ଇଡି ସୂଚନା ସଂଗ୍ରହ କରିବାକୁ ଚେଷ୍ଟା କରୁଥିବା ଜଣା ପଡ଼ିଛି। ଏ ନେଇ ବର୍ଷାଙ୍କୁ ଡିସେମ୍ବର ୨୯ରେ ପଚରାଉଚରା ପାଇଁ ଆସିବାକୁ କୁହାଯାଇଛି।

संजय राउत (फाइल फोटो-PTI)
aajtak

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୩, ୨୦୧୯ରେ ହାଉସିଂ ଡେଭଲପମେଣ୍ଟ ଇନଫ୍ରାଷ୍ଟ୍ରକଚର ଲିମିଟେଡ (ଏଚଡିଆଇଏଲ), ରାକେଶ କୁମାର ୱାଧୱାନ, ସାରଙ୍ଗ ୱାଧୱାନ, ୱାରିୟମ ସିଂ ଏବଂ ପିଏମସି ବ୍ୟାଙ୍କ ଲିମିଟେଡ୍ ର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଜୋ ଥୋମାସଙ୍କ ବିରୋଧରେ ଇଡି ତଦନ୍ତ ଆରମ୍ଭ କରିଥିଲା। ମୁମ୍ବାଇ ପୁଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗ୍ ଦ୍ବାରା ପଞ୍ଜୀକୃତ ହୋଇଥିବା ଏକ ଏଫ୍ଆଇଆର୍ ଆଧାରରେ ଏହା କରାଯାଇଥିଲା।

ସମ୍ବନ୍ଧିତ ଖବର