ସୋରେନଙ୍କୁ ଇଡି ସମନ୍

ନୂଆଦିଲ୍ଲୀ : ବେଆଇନ ଖଣି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସମନ ପଠାଇଛି। ରାଞ୍ଚିସ୍ଥିତ ଇଡି କାର୍ଯ୍ୟାଳୟରେ ଗୁରୁବାର ଦିନ ହାଜର ହେବାକୁ କୁହାଯାଇଛି।

ପୂର୍ବରୁ ଇଡି ଏହି ମାମଲାରେ ଶ୍ରୀ ସୋରେନଙ୍କ ରାଜନୈତିକ ପ୍ରତିନିଧି ପଙ୍କଜ ମିଶ୍ରଙ୍କ ସମେତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଝାଡ଼ଖଣ୍ଡର ସାହିବଗଞ୍ଜର ବାରହା ପୁଲିସ ଷ୍ଟେସନରେ ପଞ୍ଜୀକୃତ ପ୍ରାଥମିକ ସୂଚନା ରିପୋର୍ଟକୁ ଆଧାର କରି ଏହି ମନି ଲଣ୍ଡରିଂ ମାମଲାର ତଦନ୍ତ ଆରମ୍ଭ କରାଯାଇଥିଲା। ଇଡି ବର୍ତ୍ତମାନ ସୁଦ୍ଧା ହଜାରେ କୋଟିରୁ ଅଧିକ ମୂଲ୍ୟର ବେଆଇନ ଆୟ ଚିହ୍ନଟ କରିଛି। ଚଢ଼ଉ ବେଳେ ଅନେକ ପଥର କ୍ରସର ଏବଂ ଟ୍ରକ୍ ବ୍ୟତୀତ ୫.୩୪ କୋଟି ନଗଦ, ୫୦ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୩.୩୨ କୋଟି ଟଙ୍କା ଏବଂ ୩୦ କୋଟି ଟଙ୍କା ମୂଲ୍ୟର ଗୋଟିଏ ଆଭ୍ୟନ୍ତରୀଣ ଜାହାଜ ଜବତ କରିଛି।

ସମ୍ବନ୍ଧିତ ଖବର