ଷ୍ଟର୍ଲିଙ୍ଗ୍ ବାୟୋଟେକ୍ ଆର୍ଥିକ ଦୁର୍ନୀତି ମାମଲା: କଂ‌ଗ୍ରେସ ନେତା ଅହମଦ ପଟେଲ୍‌ଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ ଟିମ୍

ନୂଆଦିଲ୍ଲୀ: ଆର୍ଥିକ ଦୁର୍ନୀତିରେ ସମ୍ପୃକ୍ତି ଥିବା କାରଣରୁ ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ୍‌ଙ୍କ ଦିଲ୍ଲୀ ବାସଭବନରେ ଶନିବାର  ପ୍ରବର୍ତ୍ତନ ନିର୍ଦେଶାଳୟ ଟିମ୍ ପ୍ରବେଶ କରି ଛାନଭିନ୍ କରିବା ସହ ତାଙ୍କର ବୟାନ ରେକର୍ଡ କରିଛି  । ପଳାତକ ସନ୍ଦେସରା ଭ୍ରାତାଙ୍କ ଷ୍ଟର୍ଲିଙ୍ଗ୍ ବାୟୋଟେକ୍ କମ୍ପାନି ସହ ହୋଇଥିବା ଆର୍ଥିକ ଦୁର୍ନୀତିରେ ପଟେଲ୍‌ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି।

ନୀତିନ ଏବଂ ଚେନତ ସନ୍ଦେସରା ନାଇଜେରିଆରେ ଆତ୍ମଗୋପନ କରିଛନ୍ତି ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ ସେମାନଙ୍କ ପ୍ରତ୍ୟର୍ପଣ ଲାଗି ଉଦ୍ୟମ ଚଳାଇଛି।

Image Courtesy of Zee News

ଆର୍ଥିକ ଦୁର୍ନୀତି ମାମଲାରେ ପଟେଲ୍‌ଙ୍କ ବୟାନ ରେକର୍ଡ କରିବା ନିମନ୍ତେ ପ୍ରବର୍ତ୍ତନ ନିର୍ଦେଶାଳୟର ଟିମ୍‌ ତାଙ୍କ ଘରକୁ ଯାଇଥିଲେ। ପଚରାଉଚୁରା ପାଇଁ ପୂର୍ବରୁ ତାଙ୍କୁ ଡକାଯାଇଥିଲା। କିନ୍ତୁ, କୋଭିଡ୍-୧୯ ମାର୍ଗଦର୍ଶିକା କଥା ଉପସ୍ଥାପନ କରି ପ୍ରବର୍ତ୍ତନ ନିର୍ଦେଶାଳୟକୁ ଯିବା ପାଇଁ ସେ ଅସମର୍ଥ ବୋଲି ଜଣାଇଥିଲେ।

ଅଭିଯୋଗ ହୋଇଛି କି, ଷ୍ଟର୍ଲିଙ୍ଗ୍ ବାୟୋଟେକ୍ କମ୍ପାନି ଆନ୍ଧ୍ର ବ୍ୟାଙ୍କ୍ ପରିଚାଳିତ ଏକ ବ୍ୟାଙ୍କ୍‌ରୁ ୫୦୦୦ ‌କୋଟି ଟଙ୍କା ଋଣ ନେଇଥିଲେ। ଏହା ନନ୍‌-ପର୍ଫମିଙ୍ଗ୍ ଆସେଟ୍‌ ବୋଲି ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର