ଖାଇବାତେଲ ପାଇଁ ଧାର୍ଯ୍ୟ ଷ୍ଟକ ଲିମିଟ୍ ସମୟସୀମା ଜୁନ ୩୦ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ  ଖାଇବା ତେଲର ଦରବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଗୁଡିକର ଜମାଖୋରୀକୁ ରୋକିବାକୁ କେତେକ ପଦକ୍ଷେପ ନେଇଛନ୍ତି । ଖାଇବା ତେଲ ଓ ତୈଳବୀଜ ପାଇଁ ଧାର୍ଯ୍ୟ ଷ୍ଟକ ଲିମିଟ୍ ସମୟସୀମାକୁ ଜୁନ ୩୦ ପର୍ଯ୍ୟନ୍ତ ବଢାଇଦିଆଯାଇଛି ।

ଗତ ବର୍ଷ ଅକ୍ଟୋବର ମାସରେ କେନ୍ଦ୍ର ସରକାର ଖାଇବା ତେଲ ଉପରେ ଷ୍ଟକ ଲିମିଟ୍ ( ଗଚ୍ଛିତ ସୀମା) ଧାର୍ଯ୍ୟ କରିଥିଲେ । ଏହି ଆଦେଶ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲାଗୁ କରାଯାଇଥିଲା । କିନ୍ତୁ ଏବେ ବି ଖାଇବା ତେଲର ଦର ଉଚ୍ଚ ସ୍ତରରେ ଥିବାରୁ ଏହି ସମୟସୀମାକୁ ଜୁନ ପର୍ଯ୍ୟନ୍ତ ବଢାଇଦିଆଯାଇଛି । ଏହା ସହିତ ଉପଲବ୍ଧତା ଓ ବ୍ୟବହାର ଢାଞ୍ଚାକୁ ଦୃଷ୍ଟିରେ ରଖି ରାଜ୍ୟଓ୍ବାରି ଷ୍ଟକ ଲିମିଟ୍ ଧାର୍ଯ୍ୟ କରିବାକୁ ରାଜ୍ୟ ସରକାରମାନଙ୍କୁ ମଧ୍ୟ କ୍ଷମତା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଏହି ନିର୍ଦ୍ଦେଶପରେ ୫ଟି ରାଜ୍ୟ ଉତ୍ତରପ୍ରଦେଶ, କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ତେଲେଙ୍ଗାନା, ରାଜସ୍ଥାନ ଓ ବିହାର ସରକାର ନିଜ ନିଜ ରାଜ୍ୟରେ ଷ୍ଟକ ଲିମିଟ ଧାର୍ଯ୍ୟ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଖୁଚୁରା ବ୍ୟବସାୟୀ ସର୍ବାଧିକ ୩୦ କ୍ବିଣ୍ଟାଲ, ହୋଲସେଲରମାନେ ୫୦୦ କ୍ବିଣ୍ଟାଲ ଓ ବଡ଼ ରିଟେଲର ଚେନ ( ରିଲାଏନ୍ସ ଫ୍ରେସ, ବିଗବଜାର ଇତ୍ୟାଦି )ଗୁଡ଼ିକ ନିଜ  ଡିପୋରେ ୧୦୦୦ କ୍ବିଣ୍ଟାଲ ଖାଇବା ତେଲ ଗଚ୍ଛିତ ରଖିପାରିବେ । ସେହିପରି ଖୁଚୁରା ବ୍ୟବସାୟୀମାନେ ସର୍ବାଧିକ ୧୦୦ କ୍ବିଣ୍ଟାଲ ତୈଳବୀଜ, ହୋଲସେଲରମାନେ ୨୦୦୦ କ୍ବିଣ୍ଟାଲ ଗଚ୍ଛିତ ରଖିପାରେ । ସେହିପରି ଖାଇବା ତେଲ ଉତ୍ପାଦନ କରୁଥିବା ମିଲମାନେ ୯୦ ଦିନ ପାଇଁ ତୈଳବୀଜ ରଖିପାରିବେ ।

ସମ୍ବନ୍ଧିତ ଖବର