ନୂଆଦିଲ୍ଲୀ : ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଆର୍‌ଜେଡି ସୁପ୍ରି ମୋ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରାଗିଣୀ ଯାଦବଙ୍କୁ ଜେରା କରିଛି। ରାଗିଣି ଯାଦବ ଆଜି ଜେରା ପାଇଁ ଇଡିରେ ହାଜର ହେବାପରେ ପିଏମ୍‌ଏଲଏ ( ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ) ଅଧୀନରେ ତାଙ୍କ ବୟାନ ରେକର୍ଡ କରାଯାଇଛି। ଉଲ୍ଲେଖଯୋଗ୍ୟ, ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଇଡି ଚଳିତ ବର୍ଷ ମାର୍ଚ୍ଚରେ ରାଗିଣୀ ଯାଦବ ତାଙ୍କ ଭଉଣୀ ଚାନ୍ଦ ଯାଦବ, ହେମା ଯାଦବ ଏବଂ ପୂର୍ବତନ ଆରଜେଡି ବିଧାୟକ ଅବୁ ‌ଦୋଜାନାଙ୍କ ଘରେ ଚଢ଼ଉ କରିଥିଲା। ଏହି ମାମଲାରେ ବିହାରର ଉପମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ନେତା ତେଜସ୍ବୀ ଯାଦବଙ୍କୁ ମଧ୍ୟ ଜେରା କରାଯାଉଛି।