ଭାରତ-ୟୁଏସ୍ଏ ସମ୍ପର୍କରେ ଶିକ୍ଷା ବିକାଶ ଏକ ପ୍ରମୁଖ ସ୍ତମ୍ଭ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ୟୁଏସ୍-ଇଣ୍ଡିଆ ବିଜ୍‌ନେସ କାଉନସିଲ ଏବଂ ସାଉଥ୍ ଏସିଆ ଇଣ୍ଟର୍‌ନ୍ୟାସ୍‌ନାଲ ଆଫେୟାର୍ ୟୁଏସ୍ଏ ଚାମ୍ବର ଅଫ୍ କର୍ମର୍ସ ଦ୍ୱାରା ଆୟୋଜିତ ‘ଇଣ୍ଡିଆ ଆଇଡ଼ିଆ ସମ୍ମିଟ’ରେ ଯୋଗଦେଇ ପ୍ରମୁଖ ଶିଳ୍ପସମୂହର ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି। ଭାରତ ଏବଂ ଆମେରିକା ସମ୍ପର୍କରେ ଶିକ୍ଷା ଓ ଦକ୍ଷତା ବିକାଶ ଏକ ପ୍ରମୁଖ ସ୍ତମ୍ଭ। ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଭାରତର କଳ୍ପନା, ଶିକ୍ଷାର ବିଶ୍ବୀକରଣ ଉପରେ ଜାତୀୟ ଶିକ୍ଷାନୀତିର ଗୁରୁତ୍ୱ ଓ ଯୁବବର୍ଗଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍-ସ୍କିଲିଂ କରିବା ଦିଗରେ ଭାରତର ପ୍ରୟାସ ଉପରେ କେନ୍ଦ୍ରମନ୍ତ୍ରୀ ଏହି ସମ୍ମିଳନୀରେ ଆଲୋଚନା କରିଛନ୍ତି। ଭାରତରେ ଡିଜିଟାଲ ଅର୍ଥନୀତି, ଆକାଂକ୍ଷୀ ଜନସଂଖ୍ୟା, ଜ୍ଞାନ-ଆଧାରିତ ସମାଜ, ଅନେକ ସଂସ୍କାର ଭାରତ ପାଇଁ ଅପାର ସମ୍ଭାବନା ଆଣିଦେଇଛି।

ଶିକ୍ଷା, ଗବେଷଣା ଓ ଦକ୍ଷତା ବିକାଶ କ୍ଷେତ୍ରରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଦିଗରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ। ଏହାସହ ଦେଶର ବ୍ୟାପକ ଭାବରେ ରୂପାନ୍ତରିତ ହେଉଥିବା ଶିକ୍ଷା ଓ ଦକ୍ଷତା ଦୃଶ୍ୟପଟରେ ସହଯୋଗୀ ହେବା ପାଇଁ ଆମେରିକୀୟ କମ୍ପାନୀ ଏବଂ ଶିକ୍ଷାନୁଷ୍ଠାନକୁ ସେ ନିମନ୍ତ୍ରଣ ଦେଇଛନ୍ତି।

ସମ୍ବନ୍ଧିତ ଖବର