ସିବିଏସ୍ଇ ବୋର୍ଡ ପରୀକ୍ଷା ନେଇ ବଡ଼ ଘୋଷଣା : ହ୍ରାସ କରାଯାଇଥିବା ସିଲାବସ ନେଇ ପରୀକ୍ଷା ହେବ

ନୂଆଦିଲ୍ଲୀ: ସିବିଏସ୍ଇର ଦଶମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖ୍ରିଆଲ୍ ‘ନିଶାଙ୍କ’ ଏକ ବଡ଼ ଘୋଷଣା କରିଛନ୍ତି। ୨୦୨୦ପାଠ୍ୟକ୍ରମ ଅନୁଯାୟୀ ହ୍ରାସ କରାଯାଇଥିବା ସିଲାବସରୁ ହିଁ ବୋର୍ଡ ପରୀକ୍ଷା କରାଯିବ ଏବଂ ସଂକ୍ଷିପ୍ତ ସିଲାବସରୁ ପ୍ରଶ୍ନ ଆସିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଆଜି ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ସହ ଏକ ୱେବିନାରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହି ଘୋଷଣା କରିଛନ୍ତି। 

ଛାତ୍ରମାନଙ୍କୁ ସିବିଏସ୍ଇ ବୋର୍ଡ ପରୀକ୍ଷା, ଜେଇଇ ଏବଂ ନିଟ ପରୀକ୍ଷା ପାଇଁ କେବଳ କମ କରାଯାଇଥିବା ସିଲାବସ୍ ପଢ଼ିବାକୁ ହେବ। କେବଳ ସେ ମଧ୍ୟରୁ ହିଁ ପ୍ରଶ୍ନ ଆସିବ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, କରୋନା ମହାମାରୀ ପାଇଁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖାଯାଇଥିଲା ଓ ଅନଲାଇନରେ ପାଠପଢ଼ା ଯାଉଥିଲା । ସ୍ଥିତିରେ ସୁଧାର ଆସିବା ପରେ ‌ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ଦଶମ ଓ ଦ୍ବାଦଶ ଶ୍ରେଣୀରେ ପାଠପଢ଼ା ଆରମ୍ଭ ହୋଇଛି। ତେବେ ଅନଲାଇନରେ ସବୁ ସିଲାବସ ସାରିବା ସମ୍ଭବ ନ ଥିବାରୁ ଏହାକୁ ୩୦ପ୍ରତିଶତ କମ କରାଯାଇଥିଲା। ଏବେ ‌ସେହି କମ କରାଯାଇଥିବା ସିଲାବସରୁ ହିଁ ପ୍ରଶ୍ନ ଆସିବ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ।

ସମ୍ବନ୍ଧିତ ଖବର