ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟସୂଚୀ ଅନୁସାରେ ‘ଜଏଣ୍ଟ୍‌ ଏଣ୍ଟ୍ରାନ୍ସ ଏକ୍ଜାମିନେସନ୍’ (ମେନ୍) ଏବଂ ‘ନ୍ୟାସ୍‌ନାଲ୍ ଇଲିଜିବିଲିଟି-କମ୍-ଏଣ୍ଟ୍ରାନ୍ସ୍‌ ଟେଷ୍ଟ୍‌’ (ଏନ୍‌ଇଇଟି-ୟୁଜି) ପରୀକ୍ଷା ସେପ୍ଟେମ୍ବର ମାସରେ କରାଯିବ ବୋଲି ‘ନ୍ୟାସ୍‌ନାଲ୍‌ ଟେଷ୍ଟିଙ୍ଗ୍ ଏଜେନ୍‌ସି’ (ଏନ୍‌ଟିଏ) ମଙ୍ଗଳବାର ଦିନ ଏକ ଆନୁଷ୍ଠାନିକ ବିବୃତିରେ କହିଥିଲା। କୋଭିଡ୍-୧୯ ମହାମାରୀ ଦୃଷ୍ଟିରୁ ଏ ଦୁଇଟି ଗୁରୁତ୍ବପୂର୍ଣ୍ଣ ପରୀକ୍ଷାକୁ ବାତିଲ କରାଯାଉ ବ‌ୋଲି ସବୁ ମହଲରୁ ଉଠୁଥିବା ଦାବି ସତ୍ତ୍ବେ ‘ଏନ୍‌ଟିଏ’ ଏଭଳି ବିବୃତି ଦେଇଥିଲା । ତେବେ କରୋନା ମହାମାରୀ ମଧ୍ୟରେ ପରୀକ୍ଷା କରିବା ପାଇଁ ପାଇଁ ନିଷ୍ପତି ନିଆଯାଇଥିବାରୁ ବିଭିନ୍ନ ମହଲରୁ ଏହାକୁ ବିରୋଧ କରାଯାଇଛି |

Advertisment

CUCET 2020 revised exam schedule released at cucetexam.in, check ... Hindustan Times

ବିରୋଧ ପ୍ରଦର୍ଶନ ପରେ ଏବେ ନିଜର ବୟାନ ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ୍ ନିଶଙ୍କ | ତାଙ୍କ କହିବା ମୁତାବକ, ପରୀକ୍ଷା ପରିଚାଳନା ପାଇଁ ଛାତ୍ର-ଛାତ୍ରୀ ଓ ଅଭିଭାବକମାନେ କ୍ରମାଗତ ଭାବରେ ଆମ ଉପରେ ଚାପ ପକାଉଥିଲେ ବୋଲି ଆମେ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଛୁ | ୮୫% ଜେଇଇ ପରୀକ୍ଷାର୍ଥୀମାନେ ପରୀକ୍ଷାରେ ଯୋଗଦେବା ପାଇଁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିସାରିଛନ୍ତି | ଜେଇଇ ପାଇଁ ପଞ୍ଜୀକୃତ ହୋଇଥିବା ମୋଟ ୮.୮୫ ଲକ୍ଷ ଛାତ୍ରଙ୍କ ମଧ୍ୟରୁ ୭.୨୫ ଲକ୍ଷ ପରୀକ୍ଷାର୍ଥୀ ଜେଇଇ ମେନ୍ ୨୦୨୦ ପାଇଁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିସାରିଛନ୍ତି | ଦୁଇ ଥର ତାରିଖ ବଦଳିବା ପରେ ଏବେ ଆମେ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଛୁ |