ନୂଆଦିଲ୍ଲୀ: ଏବେ ଚାରିଆଡେ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କ ଚର୍ଚ୍ଚା। ତାଙ୍କର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ସେ ଭାରତ ଆସିବା ପଛର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ସୀମା, ସଚିନ ମିନାଙ୍କ ପ୍ରେମରେ ପଡ଼ିବା ପରେ ପ୍ରଥମ ସ୍ବାମୀ ଗୁଲାମ ହାଇଦରଙ୍କୁ ଛାଡ଼ି ଭାରତ ଆସିଥିଲେ। ସେ ତାଙ୍କ ଚାରି ପିଲାଙ୍କୁ ସାଙ୍ଗରେ ନେଇ ଭାରତ ଆସିଥିବା ବେଳେ ଏବେ ଗୁଲାମ ତାଙ୍କ ୪ଜଣ ସନ୍ତାନଙ୍କୁ ପାକିସ୍ତାନ ଫେରାଇ ଦେବାକୁ ଗୁହାରୀ କରିଛନ୍ତି। ପୂର୍ବରୁ ସେ ପତ୍ନୀ ସୀମା ଓ ତାଙ୍କ ସନ୍ତାନଙ୍କୁ ଫେରି ପାଇବାକୁ ଚାହୁଥିବା ବେଳେ ‌ଏବେ ସେ କେବଳ ନିଜ ସନ୍ତାନଙ୍କୁ ଫେରାଇ ଦେବାକୁ ଅନୁରୋଧ କରିଛନ୍ତି।

Advertisment

ଗୁଲାମଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ନିଜ ସନ୍ତାନଙ୍କୁ ଫେରାଇ ଦେବାକୁ ସରକାରଙ୍କୁ ଅନୁରୋଧ କରୁଥିବା ଦେଖାଯାଇଛି। ଭିଡିଓରେ ଗୁଲାମ କହୁଛନ୍ତି, 'ଦୟାକରି ମୋର ଭାଇ ଓ ଭଉଣୀମାନେ, ମୋତେ ସାହାଯ୍ୟ କରନ୍ତୁ ଏବଂ ମୋର ସ୍ବର ହୁଅନ୍ତୁ, ଯାହା ଦ୍ବାରା ମୋ ପିଲାମାନେ ପାକିସ୍ତାନ ଫେରି ପାରିବେ। ଏଥିପାଇଁ ମୁଁ ସମସ୍ତ ଭାଇ ଓ ଭଉଣୀମାନଙ୍କୁ, ସରକାରଙ୍କୁ ହାତ ଯୋଡି ଅନୁରୋଧ କରୁଛି।

ତେବେ ଗୁଲାମଙ୍କ ଏହି ଭିଡିଓରେ ଅନେକ ଲୋକ ତାଙ୍କୁ ଟ୍ରୋଲ କରୁଥିବା ସହ ଡିଏନଏ ରିପୋର୍ଟ ମାଗିଥିବା ଦେଖାଯାଇଛି।