ଇଲେକ୍ଟ୍ରିକ କାରର ପ୍ରସାର ପାଇଁ ଅଣ୍ଟା ଭିଡ଼ିଲେ ସରକାର, ପ୍ରତିଷ୍ଠା କରାଯିବ ୧୦୦ ଚାରଜିଙ୍ଗ ଷ୍ଟେସନ

ନୂଆଦିଲ୍ଲୀ: ସରକାରୀ କମ୍ପାନୀ ଇଇସିଏଲ ଇଲେକ୍ଟ୍ରିକ ଯାନକୁ ପ୍ରୋତ୍ସାହନ ଦେବା ପାଇଁ ଏବେ ଅଣ୍ଟା ଭିଡିଛି | କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ପ୍ରଥମ ପର୍ଯ୍ୟାୟରେ ନୋଏଡାରେ ୧୦୦ଟି ଚାରଜିଙ୍ଗ ଷ୍ଟେସନ ପ୍ରତିଷ୍ଠା କରାଯିବ | ବିଦ୍ୟୁତ ମନ୍ତ୍ରାଳୟ ଅଧୀନରେ ଆସୁଥିବା ଏନର୍ଜି ଏଫସିଏନସି ସର୍ଭିସ ଲିମିଟେଡ଼ ପକ୍ଷରୁ କୁହାଯାଇଛି ଯେ ନୋଏଡା ଅଥରିଟିଙ୍କ ସହ ଏ ବାବଦରେ ଆଲୋଚନା କରାଯାଇଛି | ଯାହାଫଳରେ ନୋଏଡା ଅଥରିଟି ସ୍ଥାନ ଯୋଗାଇଦେବେ |

ସେହି ସ୍ଥାନରେ ଇଇସିଏଲ ପକ୍ଷରୁ ଚାରଜିଙ୍ଗ ଷ୍ଟେସନ ସ୍ଥାପନ କରାଯିବ | ନୋଏଡା ଅଥରିଟି ପକ୍ଷରୁ କୁହାଯାଇଛି ଯେ ନୋଏଡାକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଏଭଳି ଯୋଜନା ହାତକୁ ନିଆଯାଇଛି |

ଏଠାରେ ସୂଚନା ଥାଉ କି ବଜେଟରେ ଇଲେକ୍ଟ୍ରିକ ଯାନ କିଣିଲେ ସ୍ୱତନ୍ତ୍ର ରିହାତିର ବ୍ୟବସ୍ଥା କରାଯାଇଛି | ଇଲେକ୍ଟ୍ରିକ ଯାନ ଉପରେ ଜିଏସଟି ୧୨ ପ୍ରତିଶତରୁ କମାଇ ୫ ପ୍ରତିଶତ କରିଦିଆଯାଇଛି | ସରକାର ଆଶା ରଖିଛନ୍ତି ଯେ ଏହି ବ୍ୟବସ୍ଥା ଦ୍ୱାରା ଲୋକ ଇଲେକ୍ଟ୍ରିକ ଯାନ କିଣିବାକୁ ଇଚ୍ଛା ପ୍ରକାଶ କରିବେ |

ସମ୍ବନ୍ଧିତ ଖବର