ପୁଲଓ୍ଵାମା ଆକ୍ରମଣର ପ୍ରଭାବ : ଭାରତରେ ଟମାଟୋ କିଲୋ ୧୦ଟଙ୍କା ହୋଇଥିବା ବେଳେ ପାକିସ୍ତାନରେ ୧୮୦ ଟଙ୍କା

ନୂଆଦିଲ୍ଲୀ : ପୁଲଓ୍ଵାମାରେ ଅତଙ୍କବାଦୀଙ୍କ ବର୍ବରତା ପରେ ଏବେ ପାକିସ୍ତାନର ଶତ୍ରୁଙ୍କ ସଂଖ୍ୟା ବଢ଼ି ଯାଇଛି । ସାରା ବିଶ୍ୱ ଏବେ ପାକିସ୍ତାନର ଏଭଳି କାମକୁ ନିନ୍ଦା କରୁଥିବା ବେଳେ ଭାରତ ଏହାର ପ୍ରତିଶୋଧ ନେବା ଆରମ୍ଭ କରି ସାରିଛି । କିିିଛି ଦିନ ତଳେ ମଧ୍ୟପ୍ରଦେଶର କୃଷକମାନେ ପାକିସ୍ତାନକୁ ଟମାଟୋ ରପ୍ତାନୀ କରିବେ ନାହିଁ ବୋଲି ସଫା ସଫା ମନା କରି ଦେଇଥିଲେ । ଯାହା ପରେ ପାକିସ୍ତାନକୁ ଟମାଟୋ ରପ୍ତାନୀ ବନ୍ଦ କରି ଦିଆ ଯାଇଥିଲା ।

Premium Times Nigeria

ଏବେ ତାହାର ପ୍ରଭାବ ପାକିସ୍ତାନରେ ଦେଖିବାକୁ ମିଳିଛି । ଭାରତରେ ଟମାଟୋ କିଲୋ ୧୦ଟଙ୍କା ଥିବା ବେଳେ ପାକିସ୍ତାନରେ ୧୮୦ଟଙ୍କା ହୋଇ ଯାଇଥିବା ଜଣାପଡ଼ିଛି । କେବଳ ଟମାଟୋ ନୁହେଁ, ପିଆଜ ଏବଂ ଅନ୍ୟ ପରିବାର ଦାମ୍‌ ମଧ୍ୟ ବଢ଼ୁଥିବା ଦେଖା ଯାଇଛି । ଟମାଟୋର ଦାମ୍‌ ବଢ଼ିବା ଖବର ଦକ୍ଷିଣ ଏସିଆର ଜଣେ ସାମ୍ବାଦିକା ଟୁଇଟ୍‌ରରେ ଜଣାଇବା ପରେ ତାହା ସାମ୍ନାକୁ ଆସିଥିଲା। ପାକିସ୍ତାନରେ ଆଳୁ କିଲୋ ୩୦-୩୫ଟଙ୍କା ଥିବା ବେଳେ,କାକୁଡ଼ି ୮୦ଟଙ୍କା,ବାଇଗଣ ୬୦-୮୦ ଟଙ୍କା, ଶିମ୍‌ଲା ମିର୍ଚ୍ଚ କିଲୋ ୮୦ଟଙ୍କା ଏବଂ ଭେଣ୍ଡି କିଲୋ ୧୨୦ଟଙ୍କା ଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର