ଓ୍ଵାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ବାଚନୀ ଇସ୍ତାହାରରେ ଥିବା ‘ବାୟ ଆମେରିକାନ,ହାୟର ଆମେରିକାନ’ ପଲିସିକୁ କାର୍ଯ୍ୟକାରୀ କରିବାକୁ ଯାଇ ଏଚ୍-୧ବି ଭିସା ନିୟମରେ ପରିବର୍ତ୍ତନ କରାଯାଉଛି। ଏହି ନୂତନ ନିୟମ କାର୍ଯ୍ୟକାରୀ ହେଲେ ଆମେରିକାରେ କାର୍ଯ୍ୟରତ ସାଢେ ୭ଲକ୍ଷ ଭାରତୀୟ ପ୍ରଭାବିତ ହେବେ। କେବଳ ଯେ ପ୍ରଭାବିତ ହେବେ ତାହା ନୁହେଁ ବରଂ ଆମେରିକା ଅନେକ ପ୍ରତିଭା ସମ୍ପନ୍ନ କର୍ମଚାରୀଙ୍କୁ ହରାଇବା ସହ ଭାରତସହ ଥିବା ବନ୍ଧୁତାରେ ଫାଟ ସୃଷ୍ଟି ହେବ ବୋଲି ଡେମୋକ୍ରାଟିକ ସାଂସଦ ତୁଲସୀ ଗାଓ୍ଵାର୍ଡ କହିଛନ୍ତି। ଟ୍ରମ୍ପ ସରକାରଙ୍କ ନୂତନ ନିୟମ ମୁତାବକ ଏଚ୍-୧ବି ଭିସାକୁ ଗ୍ରୀନ୍ କାର୍ଡରେ ପରିବର୍ତ୍ତନ କରାଯିବ। ଫଳରେ ଅନେକ ପରିବାର ଭାଙ୍ଗିଯିବା ସହ ଆମେରିକାରୁ ମଧ୍ୟ ଅନେକ ଭଲ ପ୍ରତିଭା ଲୋପ ପାଇଯିବେ ବୋଲି ଅନେକ ସାଂସଦ କହିଛନ୍ତି। ଏହି ନୂତନ ନିୟମରେ ଆମେରିକାରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କୁ ଦେଶ ଛାଡି ଫେରିଯିବାକୁ ପଡ଼ିବ ନଚେତ୍ ସେମାନଙ୍କୁ ନିର୍ବାସିତ କରାଯିବ। ହ୍ଵାଇଟ ହାଉସ୍ର ଏଭଳି ନିଷ୍ପତ୍ତିରେ ଆମେରିକାର ଅର୍ଥନୀତିକୁ ମଜବୁତ କରି ରଖିଥିବା ବଡ ବଡ କମ୍ପାନୀ ମାନେ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ଟ୍ରମ୍ପଙ୍କ ନିଷ୍ପତ୍ତିକୁ ସେଠାରେ ଥିବା ହିନ୍ଦୁ -ଆମେରିକୀୟ ଫାଉଣ୍ଡେସନ(ହାଫ) ତୀବ୍ର ବିରୋଧ କରିଛି। ଆରେିକୀୟ ସାଂସଦ ତଥା ଭାରତୀୟ ବଂଶୋଦ୍ଭବ ରାଜା କ୍ରୀଷ୍ଣମୂର୍ତ୍ତୀ କହିଛନ୍ତି ଯେ,ସରକାର ତାଙ୍କର ଏହି ନିଷ୍ପତ୍ତିକୁ ଫେରାଇନେବା ଆବଶ୍ୟକ। ନଚେତ୍ ଏହାର ପ୍ରଭାବ ସିଧାସଳଖ ଆମେରିକୀୟ ଅର୍ଥନୀତିରେ ପଡ଼ିବ।
ମିଳିଥିବା ଖବର ମୁତାବକ ଆରେିକାର ଅନ୍ତରୀଣ ସୁରକ୍ଷା ବିଭାଗର ପ୍ରସ୍ତାବ କ୍ରମେ ହ୍ଵାଇଟ ହାଉସ୍ ଏହି ପଦକ୍ଷେପ ନେବାକୁ ଯାଉଛି। ଅଧିକ ଶିକ୍ଷିତ ତଥା ପ୍ରତିଭା ବିଶିଷ୍ଠ ବ୍ୟକ୍ତିଙ୍କୁ ଆମେରିକାରେ ଚାକିରୀ କରିବା ପାଇଁ ଏହି ଏଚ୍-୧ବି ଭିସା ପ୍ରଦାନ କରାଯାଇଥାଲ। କିନ୍ତୁ ଗତବର୍ଷ ଜାନୁଆରିରେ ଡୋନାଲ୍ଡ ଟ୍ରମ୍ପ କାର୍ଯ୍ୟଭାର ଗ୍ରହଣ କରିବା ପରଠୁ ଏହି ଭିସାକ୍ଷେତ୍ରରେ କଟକଣା ଜାରି କରିବା ଆରମ୍ଭ କରିଦେଇଛନ୍ତି।
ପ୍ରଭାବିତ ହେବେ ସାଢେ ୭ଲକ୍ଷ ଭାରତୀୟ
ଏଚ୍-୧ବି ଭିସା ନିୟମରେ ପରିବର୍ତ୍ତନ
/sambad/media/post_attachments/wp-content/uploads/2018/01/15dharun5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)