ନୂଆଦିଲ୍ଲୀ: ସବୁଠି ବନ୍ଦ, ସବୁଠି ହରତାଳ, ସତବୁଠି ପ୍ରତିବାଦ ଓ ନାରାବାଜି.. ଭାରତ ବନ୍ଦର ପ୍ରଭାବ ସାରା ଦେଶରେ ଦେଖିବାକୁ ମିଳିଛି । ଅଲ୍ ଇଣ୍ଡିଆ ଟ୍ରେଡ୍ ୟୁନିଅନ ପକ୍ଷରୁ ବିଭିନ୍ନ ଦାବି ନେଇ ଚାଲିଛି ଦେଶବ୍ୟାପୀ ଧାରଣା- ଧର୍ମଘଟ । ଚେନ୍ନାଇରେ ରାସ୍ତା ଅବରୋଧ କରାଯାଇଥିବା ବେଳେ ପଶ୍ଚିବଙ୍ଗରେ ବସକୁ ଅଟକାଯାଉଥିବା ଦେଖିବାକୁ ମିଳିଛି । ସୁରକ୍ଷା ଦୃଷ୍ଟିରୁ ବସ୍ ଡ୍ରାଇଭର ହେଲମେଟ୍ ପିନ୍ଧି ଗାଡ଼ି ଚଳାଉଥିବା ଦେଖିବାକୁ ମିଳିଛି । ସେହିପରି ଓଡିଶା, କେରଳରେ ବି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କେରଳରେ ଦୋକାନ ବଜାର ବନ୍ଦ ରହିଛି । ରାସ୍ତାରେ କାଁ ଭାଁ ଗାଡ଼ି ଚଳାଚଳ କରୁଛି । ତେବେ ନଜର ପକାନ୍ତୁ କଣ ପାଇଁ ଆଜି ଭାରତ ବନ୍ଦର ଡାକରା ଦିଆଯାଇଛି ।

Advertisment

କାହିଁକି ଭାରତ ବନ୍ଦ ?

ଧର୍ମଘଟର ନେତୃତ୍ୱ ନେଉଥିବା ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ଏବଂ କୃଷକ ସଂଗଠନ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ନୀତି ଶ୍ରମିକ ବିରୋଧୀ, ଚାଷୀ ବିରୋଧୀ ଏବଂ କର୍ପୋରେଟ୍ ସମର୍ଥକ। ସେମାନେ ସରକାରଙ୍କ ସମ୍ମୁଖରେ ୯ଟି ପ୍ରମୁଖ ଦାବି ରଖିଛନ୍ତି ।
-ଶ୍ରମିକ ସୁରକ୍ଷାକୁ କ୍ଷତି ପହଞ୍ଚାଉଛି ଶ୍ରମ ନୀତି 
-୪ଟି ନୂତନ ଶ୍ରମ କୋଡ୍ ପାଇଁ ଦାବି
-ବେକାରି ଏବଂ ମୁଦ୍ରାସ୍ଫୀତି ବୃଦ୍ଧି 
-ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ନାଗରିକ ସୁବିଧାରେ ହ୍ରାସ
-ଯୁବକଙ୍କୁ ଚାକିରି ଦେବା ପରିବର୍ତ୍ତେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଛି
-୧୦ ବର୍ଷ ମଧ୍ୟରେ କୌଣସି ଶ୍ରମ ସମ୍ମିଳନୀ କରାଯାଇନାହିଁ
-ଶ୍ରମିକଙ୍କ ସଂଘ ଗଠନ ଏବଂ ଧର୍ମଘଟ କରିବାର ଅଧିକାର ପୁନଃସ୍ଥାପିତ କରାଯାଉ
-ବିଶେଷକରି ଯୁବପିଢ଼ିଙ୍କ ପାଇଁ ଅଧିକ ନିଯୁକ୍ତି ସୃଷ୍ଟି 
-ନୂତନ ନିଯୁକ୍ତି ସହିତ ସରକାରୀ ଖାଲି ପଦବୀ ପୂରଣ କରନ୍ତୁ
-ମନରେଗା ମଜୁରୀ ବୃଦ୍ଧି କରନ୍ତୁ ଏବଂ ଏହାକୁ ସହରାଞ୍ଚଳରେ ଲାଗୁ କରିବା

ସାରା ଦେଶରେ ଭାରତ ବନ୍ଦର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ଏବଂ କୃଷକ ସଂଗଠନର ମିଳିତ ମଞ୍ଚର ଡାକରାରେ ଭାରତ ବନ୍ଦ ହୋଇଛି । ତେବେ ଏହି ଭାରତ ବନ୍ଦ ସମୟରେ କଣ ଖୋଲା ରହିଛି କଣ ବନ୍ଦ ରହିଛି ଜାଣନ୍ତୁ..

କଣ ଖୋଲା କଣ ବନ୍ଦ ?

-ସ୍କୁଲ, କଲେଜ ଏବଂ ବେସରକାରୀ ଅଫିସ ଗୁଡ଼ିକ ପୂର୍ବପରି ଖୋଲା ରହିଛି
-ବ୍ୟାଙ୍କ ଏବଂ ଡାକ ସେବାରେ ବାଧା ସାଧାରଣ ଜୀବନକୁ ପ୍ରଭାବିତ କରିପାରେ ।
-ବିଦ୍ୟୁତ୍ ଯୋଗାଣ ଉପରେ ସମ୍ଭାବ୍ୟ ପ୍ରଭାବ ପଡିପାରେ
-ବିଦ୍ୟୁତ୍ କ୍ଷେତ୍ର ସହିତ ଜଡିତ ୨୭ ଲକ୍ଷରୁ ଅଧିକ କର୍ମଚାରୀ ଏହି ଦେଶବ୍ୟାପୀ ଧର୍ମଘଟରେ ଯୋଗ ଦେବାକୁ ଯାଉଛନ୍ତି, ଯାହା ଫଳରେ ଅନେକ ରାଜ୍ୟରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇପାରେ ।
-ଅନେକ କ୍ଷେତ୍ରରେ ବିଦ୍ୟୁତ କାଟ କିମ୍ବା ସେବା ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି ।
-ଟ୍ରେନ୍ ଚଳାଚଳ ଉପରେ କୌଣସି ପ୍ରତିବନ୍ଧକ ନାହିଁ, ମାତ୍ର କିଛି ସ୍ଥାନରେ ପ୍ରଭାବିତ ହେବାର ଆଶଙ୍କା ରହିଛି
-ସମ୍ପୂର୍ଣ୍ଣ ରେଳ ନେଟୱାର୍କ ସ୍ଥଗିତ ହେବାର କୌଣସି ସମ୍ଭାବନା ନାହିଁ, କିନ୍ତୁ କିଛି ରୁଟରେ ଟ୍ରେନରେ ବିଳମ୍ବ, ପ୍ଲାଟଫର୍ମରେ ଭିଡ଼ କିମ୍ବା ସାମାନ୍ୟ ବାଧା ସୃଷ୍ଟି ହୋଇପାରେ । 
-ଯାତ୍ରା କରିବା ପୂର୍ବରୁ ଯାତ୍ରୀମାନଙ୍କୁ ସେମାନଙ୍କ ରୁଟର ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି ।