ପାର୍ବଣ, ନିର୍ବାଚନ ଯୋଗୁଁ ପୁଣି କରୋନା ସଂକ୍ରମଣ ବଢିବା ଆଶଙ୍କା, ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ : କରୋନା ମହାମାରୀ ପାଇଁ କିଛି ମାସ ପୂର୍ବରୁ ଦେଶରେ ଲାଗୁ କଟକଣାକୁ ସରକାର  କୋହଳ କରିଛନ୍ତି । ଇତି ମଧ୍ୟରେ ଦେଶରେ ବିହାର ନିର୍ବାଚନ ଓ କେତେକ ରାଜ୍ୟରେ ଉପନିର୍ବାଚନ ହୋଇଯାଇଛି । ଏହା ସହିତ ଦଶହରା, ଦୀପାବଳୀ ପରି ପାର୍ବଣରେ ଲୋକମାନେ ଅଂଶଗ୍ରହଣ କରିଛନ୍ତି । ଏସବୁ ଦ୍ବାରା ଦେଶରେ କରୋନା ସଂକ୍ରମଣ ସଂଖ୍ୟା ପୁଣି ବଢିବାର ଆଶଙ୍କା ସୃଷ୍ଟି ହୋଇଛି । କରୋନା ସଂକ୍ରମଣ ଉପରେ ଏସବୁ ଘଟଣା ଗୁଡ଼ିକର ପ୍ରଭାବ ଖୁବଶୀଘ୍ର ଜଣାପଡ଼ିବ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ।

ସ୍ବାସ୍ଥ୍ୟ ମନ୍ତ୍ରାଳୟର ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଆମକୁ ନୂଆ ସଂକ୍ରମଣଗୁଡ଼ିକ ଉପରେ ସତର୍କତାର ସହ ନିଜର ରଖିବାକୁ ହେବ ।

ଦିଲ୍ଲୀରେ ଗତ କିଛି ଦିନ ହେଲା ପୁଣି ଥରେ  କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଚାଲିଛି । ଏହା ଫଳରେ ଉଭୟ ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କ ଚିନ୍ତା ବଢିଯାଇଛି । ଏହି ସ୍ଥିତିର ମୁକାବିଲା କରିବାକୁ କେନ୍ଦ୍ର ସରକାର ଜରୁରୀକାଳୀନ ଭିତ୍ତିରେ କେତେକ ପଦକ୍ଷେପ ନେଉଛନ୍ତି । ସେସବୁ ପଦକ୍ଷେପ ମଧ୍ୟରେ ରହିଛି ହସପିଟାଲରେ  ଶଯ୍ୟା ସଂଖ୍ୟା ଓ ଆଇସିୟୁ ଶଯ୍ୟା ସଂଖ୍ୟା ବୃଦ୍ଧି, ଦୈନିକ ପରୀକ୍ଷା ସଂଖ୍ୟାକୁ ଦ୍ବିଗୁଣିତ କରିବା, କଣ୍ଟ୍ରାକ୍ଟ ଟ୍ରେସିଂ, କଣ୍ଟେନମେଣ୍ଟ ଜୋନ ଲାଗୁ କରିବା ଅନ୍ୟତମ ।

ଆସନ୍ତା କିଛି ଦିନ ମଧ୍ୟରେ ଆଇସିୟୁ ଶଯ୍ୟା ସଂଖ୍ୟା ୩୫୦୦ରୁ ୬୦୦୦କୁ ବୃଦ୍ଧି କରାଯିବ ବୋଲି ନିତି ଆୟୋଗର ସଦସ୍ୟ ଡ. ଭି.କେ.ପଲ କହିଛନ୍ତି ।

ସମ୍ବନ୍ଧିତ ଖବର