କାଇରୋ: ପ୍ରାୟ ଏକ ସପ୍ତାହ ବିଶ୍ୱ ବାଣିଜ୍ୟକୁ ବିପର୍ଯ୍ୟସ୍ତ କରି ଇଜିପ୍ଟ୍‌ର ସୁଏଜ୍‌ କେନାଲ୍‌କୁ ଅବରୋଧ କରିଥିବା ପ୍ରକାଣ୍ଡ ପଣ୍ୟବାହି ପୋତ ‘ଏଭର୍‌ ଗିଭେନ୍‌’କୁ ଅଦାଲତଙ୍କ ଆଦେଶକ୍ରମେ ଇଜିପ୍ଟ୍‌ ଜବତ କରିଛି। କ୍ଷତିପୂରଣ ବାବଦକୁ ଏହାର ମାଲିକ ୯୦୦ ନିୟୁତ ଡଲାର୍‌ ଦେବା ପାଇଁ ଇଜିପ୍ଟ୍‌ କହିଛି।

Advertisment

ଧୂଳିଝଡ଼ ଯୋଗୁଁ ୨୦୦,୦୦୦ ଟନ୍‌ ଓଜନବିଶିଷ୍ଟ ‘ଏମ୍‌ଭି ଏଭର୍‌ ଗିଭେନ୍‌’ ମାର୍ଚ ୨୩ ତାରିଖ ଦିନ ବିଶ୍ୱ ବାଣିଜ୍ୟର ପ୍ରମୁଖ ଜଳପଥ ସୁଏଜ୍‌ କେନାଲ୍‌ରେ ଲାଖିଯାଇଥିଲା।

publive-image Image Courtesy of India Today

ଜଳପଥ ଅବରୋଧ ଯୋଗୁଁ ଇଜିପ୍ଟ୍‌ ଦୈନିକ ୧୨ ରୁ ୧୫ ନିୟୁତ ଡଲାର୍‌ ରାଜସ୍ୱ ହରାଇଛି ବୋଲି କେନାଲ୍‌ କର୍ତ୍ତୃପକ୍ଷ ଦାବି କରିଛନ୍ତି।

ରାଷ୍ଟ୍ରାୟତ ଖବରକାଗଜ ‘ଅଲ୍‌-ଅହରାମ୍‌’ ରିପୋର୍ଟ କରିଛି ଯେ, ‘ସୁଏଜ୍‌ କେନାଲ୍‌ କର୍ତ୍ତୃପକ୍ଷ’ଙ୍କ ମୁଖ୍ୟ ଓସାମା ରାବି କହିଛନ୍ତି, ୯୦୦ ନିୟୁତ ଡଲାର୍‌ ଦେଇ ନ ପାରି ଥିବାରୁ ‘ଏମ୍‌ଭି ଏଭର୍‌ ଗିଭେନ୍‌’କୁ ଜବତ କରାଯାଇଛି।