ସମଗ୍ର ଦେଶରେ ଇଦ୍‌-ଉଲ୍‌-ଜୁହା ପାଳିତ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ସମଗ୍ର ଦେଶରେ ଇଦ୍‌-ଉଲ୍‌-ଜୁହା ପାଳିତ ହୋଇଯାଇଛି। ଦିଲ୍ଲୀର ଜାମା ମସ୍‌ଜିଦ୍‌ ଏବଂ ଫତେପୁରୀ ମସ୍‌ଜିଦରେ ସାମାଜିକ ଦୂରତା ରକ୍ଷା କରି ଇଦ୍‌-ଉଲ୍‌-ଜୁହା ପାଳିତ ହୋଇଯାଇଛି। ସାଧାରଣତଃ, ଏହି ପର୍ବରେ ମୁସ୍‌ଲିମମାନେ ପରସ୍ପରକୁ ଆଲିଙ୍ଗନ କରି ଇଦ୍‌ ମୁବାରକ ଜଣାଇଥାନ୍ତି। ମାତ୍ର ଚଳିତବର୍ଷ କୋଭିଡ-୧୯ ମହାମାରୀ କାରଣରୁ ଶ୍ରଦ୍ଧାଳୁମାନେ ପରସ୍ପରକୁ ଆଲିଙ୍ଗନ ନ କରି ଇଦ୍‌ ମୁବାରକ ଜଣାଇଛନ୍ତି। ମସ୍‌ଜିଦରେ ସାମାଜିକ ଦୂରତା ପାଳନ କରି ଏବଂ ମୁହଁରେ ମାସ୍କ ପିନ୍ଧି ମୁସଲିମ ଶ୍ରଦ୍ଧାଳୁମାନେ ନମାଜ ପାଠ କରିଥିଲେ। ଦିଲ୍ଲୀ ବ୍ୟତୀତ ଦେଶର ବିଭିନ୍ନ ସ୍ଥାନରେ କୋଭିଡ ଗାଇଡ୍‌ ଲାଇନ ମାନି ଶ୍ରଦ୍ଧାଳୁମାନେ ଇଦ୍‌-ଉଲ୍‌-ଜୁହା ପାଳନ କରିଛନ୍ତି।

ସମ୍ବନ୍ଧିତ ଖବର