କଲମ୍ବୋ ବିସ୍ଫୋରଣ: ମୃତକଙ୍କୁ ଶ୍ରଦ୍ଧାଞ୍ଜଳି; ଆଲୋକ ପାଇଁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ପ୍ରସିଦ୍ଧ ଆଇଫିଲ୍ ଟାଓ୍ଵାର ହେଲା କିଟିକିଟି ଅନ୍ଧାର
କଲମ୍ବୋ: ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ ରବିବାର ଘଟିଥିବା ସିରିଜ୍ ବିସ୍ଫୋରଣ ସାରା ଦେଶବାସୀଙ୍କୁ ଦୁଃଖୀ କରାଯାଇଛି। ଏହି ବିସ୍ଫୋରଣରେ କେବଳ ଶ୍ରୀଲଙ୍କାର ନାଗରିକ ନୁହଁନ୍ତ ପ୍ରାୟ ୩୦ ବିଦେଶୀ ବି ପ୍ରାଣ ହରାଇଥିବା ସୂଚନା ରହିଛି। ଏପରି ଏକ ଅପ୍ରୀତିକର ଘଟଣା ପାଇଁ ଶ୍ରୀଲଙ୍କା ରାଷ୍ଟ୍ରମୁଖ୍ୟଙ୍କୁ ବିଭିନ୍ନ ଦେଶରୁ ସମବେଦନା ମିଳିଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗତକାଲି ଶ୍ରୀଲଙ୍କା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ ଫୋନ୍ରେ କଥା ହୋଇ ତାଙ୍କୁ ସମବେଦନା ଜଣାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଖାଲି ସେତିକି ନୁହେଁ, ବିସ୍ଫୋରଣରେ ମୃତ୍ୟୁ ଘଟିଥିବା ମୃତକମାନଙ୍କୁ ପ୍ୟାରିସ୍ର ଆଇଫିଲ୍ ଟାଓ୍ଵାରରେ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ନାନା ଆଲୋକରେ ସଦା ସଜ୍ଜିତ ହୋଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ଆଇଫିଲ୍ ଟାଓ୍ଵାରକୁ କାଲି ରାତିରେ ମୃତକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦେଶ୍ୟରେ ଅନ୍ଧାର କରି ଦିଆଯାଇଥିଲା। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ଏହି ଟାଓ୍ଵାରଟି ତା’ର ଆଲୋକସଜ୍ଜା ପାଇଁ ହିଁ ପୂରା ବିଶ୍ୱରେ ଚର୍ଚ୍ଚିତ। ରବିବାର ମଧ୍ୟ ରାତ୍ରରେ ଟାଓ୍ଵାରଟିକୁ ପୂରା ଅନ୍ଧକାର କରି ଦିଆଯାଇଥିଲା।
#WATCH France: The Eiffel Tower in Paris went dark at the midnight, as a tribute to those who lost their lives in the serial bombings in Sri Lanka on 21st April. More than 200 people died & 450 were injured in the bombings that took place in churches & hotels of the country,y’day pic.twitter.com/w2ScUB7ua0
— ANI (@ANI) April 22, 2019
ଗତକାଲି ଶ୍ରୀଲଙ୍କା ରାଜଧାନୀ କଲମ୍ବୋର ଦୁଇଟି ଗୀର୍ଜୀ ଓ ତିନୋଟି ପଞ୍ଚତାରକା ହୋଟେଲ୍ରେ ହୋଇଥିବା ଆଠ ଥର ବିସ୍ଫୋରଣରେ ପ୍ରାଣ ହରାଇଥିବା ପାଖାପାଖି ୩୦୦ ମୃତକଙ୍କ ଉଦେଶ୍ୟରେ ଆଇଫିଲ୍ ଟାଓ୍ଵାରରେ ଏପରି ଭାବେ ଶୋକ ପାଳନ କରାଯାଇଛି।