ନୂପୁର ଶର୍ମାଙ୍କ ଛବି ଉପରେ ଜୋତା ପ୍ରିଣ୍ଟ ଥିବା ପୋଷ୍ଟର ଲଗାଇ ଗୁଜରାଟରେ ୮ ଗିରଫ

ସୁରତ : ପ୍ରଫେଟ୍ ମନ୍ତବ୍ୟକୁ ନେଇ ନିଲମ୍ବିତ ବିଜେପି ନେତା ନୂପୁର ଶର୍ମାଙ୍କ ଛବି ଉପରେ ଜୋତା ପ୍ରିଣ୍ଟ ଥିବା ପୋଷ୍ଟର ଲଗାଇବା ତଥା ହ୍ବାଟ୍‌ସଆପରେ ଉତ୍ତେଜନା ସୃଷ୍ଟିକାରୀ ବାର୍ତ୍ତା ପ୍ରସାରଣ କରିବା ଅଭିଯୋଗରେ ଗୁଜରାଟରେ ୮ ଜଣଙ୍କୁ ଗିରଫ କରାଯାଇଛି। ଗୁଜରାଟ ପୁଲିସ ରାଜକୋଟରେ ୫ ଜଣ ଏବଂ ସୁରତରେ ୩ ଜଣଙ୍କୁ ଗିରଫ କରିଛି। ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡରେ ଯାହା ହେଲା ଗୁଜରାଟରେ ମଧ୍ୟ ଅନୁରୂପ ହିଂସାକାଣ୍ଡ ଘଟାଇବା ପାଇଁ ସେମାନେ ହ୍ବାଟ୍‌ସଆପରେ ବାର୍ତ୍ତା ପଠାଇ ଲୋକଙ୍କୁ ଉସ୍‌କାଉଥିଲେ।

ସୂଚନାଯୋଗ୍ୟ ଗତ ଦୁଇ ତିନି ଦିନ ହେଲା ହ୍ବାଟ୍‌ସଆପରେ ଏକ ଭିଡିଓ ପ୍ରସାରିତ ହୋଇଥିଲା ଯେଉଁଥିରେ ଦୁଇଜଣ ଲୋକ ନୂପୁର ଶର୍ମାଙ୍କ ଛବି ଉପରେ ଜୋତା ପ୍ରିଣ୍ଟ ହୋଇଥିବା ଏକ ପୋଷ୍ଟର କାନ୍ଥରେ ଲଗାଉଥିବା ଦେଖିବାକୁ ମିଳିଥିଲା। ଏଥି ସହ ଅନୁରୋଧ କରାଯାଇଥିଲା- ମୁସଲମାନମାନେ ଏହିପରି ୪୦/୫୦ ପୋଷ୍ଟର ପ୍ରିଣ୍ଟ କରି ମାରନ୍ତୁ ଏବଂ ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡ ପରି ହିଂସାକାଣ୍ଡ ଗୁଜରାଟରେ ଘଟାନ୍ତୁ। ଭାଇରାଲ ଭିଡିଓ ଉପରେ ଅନୁସନ୍ଧାନ କରି ପୁଲିସ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର