‌‌ଦେଶରେ ପ୍ରଥମ, କରୋନା ପଜିଟିଭ୍‌ ହେଲେ ୮ଟି ସିଂହ

ହାଇଦ୍ରାବାଦ୍‌: କରୋନା ଭାଇରସ୍‌କୁ ନେଇ ବିଭିନ୍ନ ପ୍ରକାରର ଖବର ଶୁଣିବାକୁ ମିଳୁଥିବା ବେଳେ ନିକଟରେ ଏକ ବିରଳ ଖବର ହସ୍ତଗତ ହୋଇଛି। ପ୍ରଥମ ଥର ପାଇଁ ଭାରତରେ ୮ଟି ସିଂହ(ଏସିଆଟିକ୍‌ ଲାଏନ୍‌) କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସିଂହଗୁଡ଼ିକ ହାଇଦ୍ରାବାଦର ନେହେରୁ ପ୍ରାଣୀ ଉଦ୍ୟାନର ବୋଲି ଜାଣିବାକୁ ମିଳିଛି।

ପ୍ରାଣୀ ଉଦ୍ୟାନ ଉତ୍ସରୁ ଜାଣିବାକୁ ମିଳିଛି ଯେ ଏହି ସଂହମାନଙ୍କୁ କରୋନା ହୋଇଛି ବୋଲି ସନ୍ଦେହ ଉପୁଜିବା ପରେ ସେମାନଙ୍କର ଆର୍‌ଟି-ପିସିଆର୍‌ ଟେଷ୍ଟ୍‌ କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍‌ ଆସିଛି।

ସିଂହମାନେ କରୋନା ଆକ୍ରାନ୍ତ କି ନୁହେଁ ଜାଣିବା ପାଇଁ ସେଣ୍ଟର୍‌ ଫର୍‌ ସେଲୁଲାର୍‌ ଓ ମଲେକୁଲାର୍‌ ବାୟୋଲୋଜି(ସିସିଏମ୍‌ବି)କୁ ନମୁନା ଦିଆଯାଇଥିଲା। ସିସିଏମ୍‌ବି ଫୋନ୍‌ ଯୋଗେ ସିଂହଗୁଡ଼ିକ କରୋନା ପଜିଟିଭ୍‌ ଥିବା ସୂଚନା ଦେଇଛି।

ତେବେ, ଏହି ସଂକ୍ରମଣ ମାନବ ଶରୀରରୁ ସେମାନଙ୍କ ଶରୀରକୁ ସଂକ୍ରମିତ ହୋଇଛି କି ନାହିଁ ଜାଣିବା ପାଇଁ ସିସିଏମ୍‌ବି ଅଧିକ ତଦନ୍ତ କରିବ।କେବଳ ସେତିକି ନୁହେଁ, କରୋନା ପ୍ରଭାବରେ ସିଂହମାନଙ୍କର ଫୁସ୍‌ଫୁସ୍‌ ପ୍ରଭାବିତ ହୋଇଛି କି ନାହିଁ ଜାଣିବା ପାଇଁ ସେମାନଙ୍କର ସିଟି ସ୍କାନ୍‌ କରାଯିବ।

ସେମାନଙ୍କୁ ଯଥାଶୀଘ୍ର ଔଷଧ ଦେଇ ଭଲ କରିବା ସହ ସଂକ୍ରମଣ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ବୈଜ୍ଞାନିକମାନେ ସୂଚାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର