କୋଲକାତା: ଜଣେ ତୃଣମୂଳ କଂଗ୍ରେସ ନେତାଙ୍କ ଘରେ ଇଭିଏମ୍ ମେସିନ୍ ସହ ଗତକାଲି ରାତିସାରା ଉଲ୍ବେଡ଼ିଆ ପୋଲିଂ ଅଫିସର ଶୋଇବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଏହି ଖବର ଜଣାପଡ଼ିବା ପରେ ନିର୍ବାଚନ କମିସନର୍ ପୋଲିଂ ଅଫିସର୍ଙ୍କୁ ନିଲମ୍ବିତ କରିଛନ୍ତି ଏବଂ ମାମଲାର ତଦନ୍ତ ଜାରି ରହିଛି। ହାଓଡ଼ା ସେକ୍ଟର ୧୭ର ଉତ୍ତର ଉଲ୍ବେଡ଼ିଆ ବୁଥ୍ର ପୋଲିଂ ଅଫିସର ତପନ ସରକାର ୪ଟି ଇଭିଏମ୍ ଓ ଭିଭିପିଏଟି ମେସିନ୍ ସହିତ ତାଙ୍କ ସମ୍ପର୍କୀୟ ତୃଣମୂଳ ନେତା ଗୌତମ ଘୋଷଙ୍କ ଘରକୁ ଯାଇ ରାତ୍ରିଯାପନ କରିଥିଲେ। ଆଜି ତାଙ୍କୁ ସେଠାରେ ଇଭିଏମ୍ ଏବଂ ଭିଭିପ୍ୟାଟ୍ ମେସିନ୍ ସହ ଠାବ କରାଯିବା ପରେ ତୁରନ୍ତ ସସ୍ପେଣ୍ଡ କରାଯାଇଛି। ଏହି ଘଟଣାରେ ସବ୍ ଇନ୍ସପେକ୍ଟର ସୁଦୀପ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି।
ଟିଏମ୍ସି ନେତାଙ୍କ ଘରୁ ୪ ଇଭିଏମ୍ ଜବତ, ନିର୍ବାଚନ ଅଧିକାରୀ ସସ୍ପେଣ୍ଡ୍
/sambad/media/post_attachments/wp-content/uploads/2021/03/EVM-642x430-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)