ଶ୍ରୀନଗର: ଦକ୍ଷିଣ କଶ୍ମୀରରେ ଦୁଇ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିବା ବେଳେ ଜଣକୁ ଧରାଯାଇଛି। ସେଠାରେ ଆତଙ୍କବାଦୀମାନଙ୍କ ସହ ତିନୋଟି ସ୍ଥାନରେ ନିରାପତ୍ତାବଳଙ୍କର ଗୁଳି ବିନିମୟ ଚାଲିଛି ବୋଲି ଅଧିକାରୀମାନେ କହିଛନ୍ତି।
ପୁଲିସ କହିଛି ଯେ ଆତଙ୍କବାଦୀମାନଙ୍କ ଉପସ୍ଥିତି ସଂକ୍ରାନ୍ତରେ ସୂଚନା ପାଇ ବିଳମ୍ବିତ ଶନିବାରେ ଅନନ୍ତନାଗ ଜିଲ୍ଲାର ପେଥ୍ ଡିଆଲ୍ଗାମ୍ ଅଞ୍ଚଳରେ ନିରାପତ୍ତା ବଳ କର୍ଡନ କରିଥିଲେ। ଏଥିଯୋଗୁଁ ଆରମ୍ଭ ହୋଇଥିବା ଗୁଳିବିନିମୟ ଆଜି ସକାଳ ଯାଏଁ ଚାଲିଥିଲା।
ସେନା ମୁଖପାତ୍ର କର୍ଣ୍ଣେଲ୍ ରାଜେଶ କାଳିଆ କହିଛନ୍ତି, ପୁଲିସ, ସେନା ଓ ସିଆର୍ପିଏଫ୍ର ମିଳିତ ଅଭିଯାନରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯିବା ସହ ଅଭିଯାନର ଅବସାନ ଘଟିଥିବା କଥା କର୍ଣ୍ଣେଲ୍ କାଳିଆ କହିଛନ୍ତି।
ଜମ୍ମୁ ଓ କଶ୍ମୀର ପୁଲିସ ଟୁଇଟ୍ କରି କହିଛି ଯେ ଅନନ୍ତନାଗସ୍ଥିତ ଗୁଳିବିନିମୟ ସ୍ଥଳରୁ ଜଣେ ଆତଙ୍କବାଦୀକୁ କାବୁ କରାଯାଇଛି। ଉଭୟ ଆତଙ୍କବାଦୀ ବେଆଇନ୍ ଘୋଷିତ ହିଜବୁଲ ମୁଜାହିଦୀନ ସଙ୍ଗଠନର।
ପଡ଼ୋଶୀ ଶୋପିଆନ୍ ଜିଲ୍ଲାର ଦ୍ରାଗାଦ୍ ଏବଂ କାଚଡୋରା ଗାଁ’ରେ ଗତ ବିଳମ୍ବିତ ରାତିରୁ ନିରାପତ୍ତା ବଳ ଆତଙ୍କବାଦୀମାନଙ୍କ ସହ ଗୁଳିବିନିମୟରେ ଲିପ୍ତ ଅଛନ୍ତି।
କର୍ଣ୍ଣେଲ୍ କାଳିଆ କହନ୍ତି, ଚାଲିଥିବା ଦ୍ରାଗାଦ୍ ଅଭିଯାନରେ ସାତ ଜଣ ଆତଙ୍କବାଦୀ ନିହତ ହୋଇଛି।
କୋଚଡୋରାରୁ ଅସମର୍ଥିତ ସୂତ୍ରରୁ ପ୍ରକାଶ ଯେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ଆହତମାନଙ୍କୁ ମିଲିଟାରି ହସ୍ପିଟାଲ୍କୁ ନିଆଯାଇଛି। କିନ୍ତୁ ପୁଲିସ ଓ ସେନା ତରଫରୁ କେହି ଯବାନ ଆହତ ହୋଇଥିବା କଥା କୁହାଯାଇ ନାହିଁ।
ଏବେ ମଧ୍ୟ ସେଠାରେ ଗୁଳିବିନିମୟ ଚାଲିଛି। ଦୁଇଟି ସ୍ଥାନରେ ଦୁଇଟି ବାସଭବନରେ କେତେ ସଂଖ୍ୟକ ଆତଙ୍କବାଦୀ ଲୁଚି ରହିଛନ୍ତି ଜଣା ପଡ଼ିନାହିଁ।