ରାଞ୍ଚି: ୬୦ ପାଖାପାଖି ଯବାନ, ହାତରେ ଏକେ-୪୭ ପରି ଅତ୍ୟାଧୁନିକ ବନ୍ଧୁ । ମନରେ ଅଦମ୍ୟ ସାହସ, ସମସ୍ତଙ୍କ ଭିତରେ ଲାଲଗଡ ଧ୍ବଂସ କରିବାକ ସଙ୍କଳ୍ପ ଆଉ ଏକାଠି ଲଢିବାର ଜୋସ୍ । ଯାହା ହେଉ ପଛେ, ଏ ନକ୍ସଲଙ୍କ ଗଡ ଧ୍ବଂସ ହେବ ଆଉ ଗୋଟି ଗୋଟି ମାଓବାଦୀ ସଫାହେବେ... ନକ୍ସଲଙ୍କ ନିପାତ ନକରିବା ଯାଏଁ ଏ ସଂଗ୍ରାମ ଏ ଅପରେସନ ଏମିତି ଜାରି ରହିବ... ଜୟ ଯବାନ... ଜୟ ହିନ୍ଦ... ଭାରତ ମାତା କି ଜୟ...
CRPF, in a joint operation with State police, neutralised eight naxals in an exchange of fire this morning in Lugu hills under Lalpania area of Jharkhand's Bokaro district
— ANI (@ANI) April 21, 2025
DG CRPF GP Singh shares pictures of the arms and ammunition and paraphernalia recovered. pic.twitter.com/EcaNAoGzO8
ଘଞ୍ଚ ଜଙ୍ଗଲରେ ମାଓବାଦୀଙ୍କ ସଂହାର କରି ଫେରିଥିବା ପ୍ରତିଟି ଯବାନଙ୍କ ମନରେ ମାଓ ମୁକ୍ତ ଭାରତ ଗଢିବାର ଝୁଙ୍କ । ଆଉ ସେ ପଣ- ସେ ପ୍ରତିଜ୍ଞା ସେମାନଙ୍କ ମନରେ, ସେମାନଙ୍କ ଆଖିରେ ପଢି ହେଉଛି । ମାର୍ଚ୍ଚ ୩୧, ୨୦୨୬ ସୁଦ୍ଧା ମାଓମୁକ୍ତ ହେବ ଭାରତ । ଏହି ସଂକଳ୍ପକୁ ପୂରା କରିବାକୁ ରାତି ଦିନ ଏକ କରିଦେଇଛନ୍ତି ପୋଲିସ ଓ ଯବାନମାନେ । ସବୁଦିନ ଜଙ୍ଗଲରେ ଅପରେସନ କରି ମାଓବାଦୀଙ୍କୁ ମାରି ଗଡାଉଛନ୍ତି ଆଉ ମାଓବାଦକୁ ଚେକ୍ ଦେଉଛନ୍ତି ।
ଯବାନଙ୍କ ଗୁଳିର ଗର୍ଜନରେ ଜଙ୍ଗଲରେ ଲୁଚିଥିବା ମାଓବାଦୀଙ୍କ ଛାତି ଥରି ଉଠୁଛି । ସେମାନେ ଆଉ ସାହସ କରିପାରୁ ନାହାନ୍ତି ସଙ୍ଗଠନକୁ ସୁଦୃଢ କରିବା ପାଇଁ... ପ୍ରତିଦିନ ମାଓବାଦୀଙ୍କୁ ଏନକାଉଣ୍ଟର କରାଯାଉଛି । ଛତିଶଗଡ, ଝାଡଖଣ୍ଡ ଏବଂ ଓଡିଶା ସୀମାରେ ନିଇତି ଗର୍ଜୁଛି ଯବାନଙ୍କ ବନ୍ଧୁକର ଗୁଳି ଯାହାର ପରିଣାମ ସ୍ବରୂପ ନକ୍ସଲ ଯାଉଛନ୍ତି ଟଳି । ଧିରେ ଧିରେ ନକ୍ସଲ ଗଡ ଧ୍ବଂସ ପାଉଥିବାରୁ ମାଓବାଦୀମାନେ ଛାନିଆରେ ଆତ୍ମସମର୍ପଣ ବି କରୁଛନ୍ତି ।
ତେବେ ଆଜି ପୁଣି ନିପାତ ହୋଇଛନ୍ତି ନକ୍ସଲ । ଝାଡଖଣ୍ଡର ଲୁଗୁ ପର୍ବତର ପାଦଦେଶରେ ଥିବା ଲାଲପାନିଆ ଅଞ୍ଚଳରେ ଆଜି ସକାଳେ ସକାଳେ ମାଓବାଦୀ ଏବଂ ସିଆରପିଏଫ ଯବାନଙ୍କ ଭିତରେ ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ୮ ଜଣ ମାଓବାଦୀଙ୍କୁ ମାରି ଗଡାଇଛନ୍ତି ପୋଲିସ ଓ ଯବାନ । ଅପରେସରେ ବଡ ସଫଳତା ସହ ବିପୁଳ ଅସ୍ତ୍ରଶସ୍ତ୍ର, ମାରଣାସ୍ତ୍ର ଏବଂ ବନ୍ଧୁକ ଜବତ କରିଛନ୍ତି ଯବାନ । ଏଥିସହ ମାଓବାଦୀଙ୍କ ନିତ୍ୟବ୍ୟବହୃତ ସାମଗ୍ରୀ ବି ଜବତ ହୋଇଛି । ଶିବିର ଧ୍ବଂସ ପରେ ଏସବୁ ଉଦ୍ଧାର କରିଛନ୍ତି ଯବାନ ।
ଛତିଶଗଡ କୁହନ୍ତୁ କି ଝାଡଖଣ୍ଡ- ମାଓବାଦୀଙ୍କୁ ତ୍ରାହି ଦେଉ ନାହାନ୍ତି ପୋଲିସ ଓ ଯବାନ । ଯେବେଛୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଭାରତକୁ ନକ୍ସଲ ମୁକ୍ତ କରିବାକୁ ଘୋଷଣା କରିଛନ୍ତି ସେବେଠାରୁ ମାଓବାଦୀଙ୍କୁ ନିସ୍ତାର ମିଳୁନି । ସବୁଦିନ ମାଓବାଦୀଙ୍କୁ ହତ୍ୟା ସହ ନକ୍ସଲ ଆତ୍ମସମର୍ପଣ କରିଥିବାର ଖବର ମଧ୍ୟ ଆସୁଛି । ଯାହା ଦେଶକୁ ମାଓମୁକ୍ତ କରିବାର ସ୍ବପ୍ନକୁ ଶକ୍ତି ଦେଉଛି ।