ଚେନ୍ନାଇ : ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ଶୁକ୍ରବାର କହିଛନ୍ତି ଯେ, ଥାନା ହାଜତରେ ଭି ବିଘ୍ନେଶଙ୍କ ମୃତ୍ୟୁକୁ ରାଜ୍ୟ ସରକାର ଏକ ହତ୍ୟା ଅପରାଧ ଭାବେ ଗ୍ରହଣ କରି ମାମଲା ରୁଜୁ କରିଛନ୍ତି। ଗଞ୍ଜେଇ ଚାଲାଣ ବେଳେ ଧରା ପଡ଼ିଥିବା ବିଘ୍ନେଶଙ୍କର ପୁଲିସ ହାଜତରେ ଏପ୍ରିଲ ୧୯ରେ ମୃତ୍ୟୁ ଘଟିଥିଲା। ବିଧାନସଭାରେ ବିରୋଧୀ ଦଳ ନେତା କେ. ପଲାନିସ୍ବାମୀଙ୍କ ପ୍ରଶ୍ନର ଉତ୍ତର ଦେଇ ଷ୍ଟାଲିନ କହିଲେ ଯେ ପୋଷ୍ଟମର୍ଟମ ରିପୋର୍ଟରେ ବିଘ୍ନେଶଙ୍କ ଦେହରେ ୧୩ଟି କ୍ଷତଚିହ୍ନ ଥିବା ଜଣାପଡ଼ିଛି। ଏହାକୁ ଭିତ୍ତିକରି ପୁଲିସ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରାଯାଉଛି। ତେବେ ବିରୋଧୀ ଦଳଙ୍କ ସିବିଆଇ ତଦନ୍ତ ଦାବିକୁ ମୁଖ୍ୟମନ୍ତ୍ରୀ ଗ୍ରହଣ ନ କରିବାରୁ ଏଆଇଏଡିଏମ୍କେ ବିଧାୟକମାନେ ହୋହଲ୍ଲା କରି କକ୍ଷତ୍ୟାଗ କରିଥିଲେ। ବିଘ୍ନେଶଙ୍କ ହାଜତ ମୃତ୍ୟୁର ପ୍ରାୟ ୧୯ ଦିନ ପରେ ସିବି-ସିଆଇଡି ୬ ଜଣ ପୁଲିସ କର୍ମୀଙ୍କୁ ଗିରଫ କରିଛି।
ଚେନ୍ନାଇ ହାଜତ ମୃତ୍ୟୁ ମାମଲାରେ ୬ ପୁଲିସ ଗିରଫ, ହତ୍ୟା ମାମଲା ରୁଜୁ
/sambad/media/post_attachments/wp-content/uploads/2021/12/arrest-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)