ଦିଲ୍ଲୀରେ ୮ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ

ନୂଆଦିଲ୍ଲୀ : ଦିଲ୍ଲୀ ବଦରପୁରରେ ଜଣେ ୨୧ ବର୍ଷୀୟ ଯୁବକ ଏକ ୮ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନାନୁସାରେ ଅଭିଯୁକ୍ତ ଜଣକ ଏକ ଶ୍ରମିକ ଏବଂ ପୀଡ଼ିତାଙ୍କ ପରିବାର ସହ ଗୋଟିଏ ଘରେ ଅଲଗା ରୁମ୍‌ ନେଇ ରହୁଥିଲା। ପିଡ଼ିତା ଘରେ ଏକା ଥିବାବେଳେ ଏହାର ସୁଯୋଗ ନେଇ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିଲା। ପରେ ପୀଡ଼ିତାଙ୍କ ମା’ ଶିଶୁଟିର ଶରୀରରେ କ୍ଷତଚିହ୍ନ ଦେଖି ଥାନାରେ ଏତଲା ଦେଇଥିଲେ। ପୁଲିସ ଅଭିଯୁକ୍ତକୁ ଗିରଫ କରି ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର