ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ନବନିର୍ବାଚିତ ୮୧ ବିଧାୟକଙ୍କ ମଧ୍ୟରୁ ୭୧ ଜଣ ବା ୮୯ ପ୍ରତିଶତ କୋଟିପତି ହୋଇଥିବା ବେଳେ କଂଗ୍ରେସର ରାମେଶ୍ୱର ଓରାଓଁ ୪୨.୨୦ କୋଟି ଟଙ୍କାର ସମ୍ପତ୍ତି ସହ ସବୁଠାରୁ ଧନୀ ବିଧାୟକ ବୋଲି ଜଣାପଡ଼ିଛି ।
'ଦ ଝାଡ଼ଖଣ୍ଡ ଇଲେକ୍ସନ ୱାଚ୍' ଏବଂ 'ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍' (ଏଡିଆର) ୮୧ ଜଣ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରୁ ୮୦ ଜଣଙ୍କ ସତ୍ୟପାଠକୁ ବିଶ୍ଳେଷଣ କରି ଜାଣିବାକୁ ପାଇଛନ୍ତି ଯେ ୭୧ ଜଣ ନବନିର୍ବାଚିତ ବିଧାୟକ 'କୋଟିପତି', ଯାହା କି ୨୦୧୯ରେ ନିର୍ବାଚିତ ହୋଇଥିବା ବିଧାୟକଙ୍କ ସଂଖ୍ୟାଠାରୁ ୨୦ ପ୍ରତିଶତ ଅଧିକ।

ରିପୋର୍ଟ ଅନୁଯାୟୀ, ୫ ବର୍ଷ ତଳେ ନିର୍ବାଚିତ ହୋଇଥିବା ୮୧ ଜଣ ବିଧାୟକଙ୍କ ମଧ୍ୟରୁ ୫୬ ଜଣ କୋଟିପତି ଥିବା ବେଳେ ୨୦୧୪ରେ ଏହି ସଂଖ୍ୟା ୪୧ ଥିଲା। ଚଳିତ ବର୍ଷ ୭୧ କୋଟିପତି ବିଧାୟକଙ୍କ ମଧ୍ୟରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)ର ୨୮ ଜଣ, ଭାରତୀୟ ଜନତା ପାର୍ଟି (ବିଜେପି)ର ୨୦ ଜଣ, କଂଗ୍ରେସର ୧୪ ଜଣ, ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ୪ ଜଣ, ସିପିଆଇ (ଏମଏଲ) ଲିବରେସନର ୨ ଜଣ ଏବଂ ଏଲଜେପି (ରାମ ବିଳାସ), ଜେଡିୟୁ ଏବଂ ଏଜେଏସୟୁ ପାର୍ଟିର ଜଣେ ଲେଖାଏଁ ବିଧାୟକ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)