‘ଜୀବନର ଗତି ଉପରେ ରୋକ୍‌ ଲଗାଇବା ପାଇଁ ଚାଲାଣ କଟିବା ଦରକାର’ ଇନ୍‌ଷ୍ଟାରେ ଏଭଳି ପୋଷ୍ଟ କରି ଚର୍ଚ୍ଚାରେ ସ୍ମୃତି ଇରାନୀ

ନୂଆଦିଲ୍ଲୀ : ବିଜେପିର ଲୋକପ୍ରିୟ ନେତାମାନଙ୍କ କଥା ଉଠିଲେ ସ୍ମୃତି ଇରାନୀଙ୍କ ନାଁ ମଧ୍ୟ ଆସେ । ସେ ନିଜ କାମ ସହ ସୋସିଆଲ ମିଡିଆକୁ ଯେଉଁଭଳି ଭାବରେ ବ୍ୟବହାର କରନ୍ତି, ତାହା ତାଙ୍କୁ ସବୁ ବେଳେ ଚର୍ଚ୍ଚାରେ ରଖିଥାଏ । ପୂର୍ବରୁ ସୋସିଆଲ ମିଡିଆରେ ସେ କରିଥିବା ପୋଷ୍ଟ ପାଇଁ ଚର୍ଚ୍ଚାରେ ରହିଥିବା ବେଳେ ଏବେ ବର୍ତ୍ତମାନର ଟ୍ରାଫିକ ନିୟମକୁ ନେଇ ସେ ଯେଉଁ ପୋଷ୍ଟ କରିଛନ୍ତି, ତାହା ତାଙ୍କୁ ଚର୍ଚ୍ଚାକୁ ଆଣିଛି ।

Image result for Smriti Irani
Hindi Rush

ସେପ୍ଟେମ୍ବର ୧ରୁ ନୂଆ ମୋଟରଯାନ ଆଇନ ପ୍ରଣୟନ କରାଯିବା ପରେ ସାରା ଦେଶରେ ନୂଆ ଆଇନକୁ ନେଇ ଚର୍ଚ୍ଚା । ଏହି ଆଇନ ଲାଗୁ ହେବା ପରେ ଦେଶ ସୁଧୁରିବ ବୋଲି କିଛି ମତ ରଖୁଥିବା ବେଳେ କିଛି ଏହି ଆଇନ ଦେଶର ଲୋକଙ୍କୁ ଲୁଟିବା ପାଇଁ ବନିଥିବା କହୁଛନ୍ତି । ତେବେ ଏତେ ସବୁ ମଧ୍ୟରେ ସ୍ମୃତି ଇରାନୀ ନିଜର ଏକ ଭିନ୍ନ ମତ ରଖିଛନ୍ତି । ଦେଶର ବିଭିନ୍ନ ସ୍ଥାନରୁ ଚାଲାଣ କଟାଯାଉଥିବାର ଖବର ଆସୁଥିବା ଦେଖି ସ୍ମୃତି ଇରାନୀ ଜୀବନର ଗତିକୁ ଗାଡ଼ିର ଗତି ସହ ତୁଳନା କରିଛନ୍ତି । ନିଜ ଇନ୍‌ଷ୍ଟା ଆକାଉଣ୍ଟରେ, ଜୀବନ ତୁ ଯେଉଁ ବେଗରେ ଗତି କରୁଛୁ, ଗୋଟେ ଚାଲାଣ ତୋର ବି କଟିବା ଦରକାର ବୋଲି ଲେଖି ପୋଷ୍ଟ କରିଛନ୍ତି ସ୍ମୃତି ଇରାନୀ । ତାଙ୍କର ଏଭଳି ପୋଷ୍ଟକୁ ନେଇ ଏବେ ଲୋକେ ଚର୍ଚ୍ଚା କରିବାରେ ଲାଗି ପଡ଼ିଛନ୍ତି ।

ସମ୍ବନ୍ଧିତ ଖବର