ନୂଆଦିଲ୍ଲୀ: ଶିକ୍ଷାର ମାନ ବୃଦ୍ଧି କରାଇବାରେ ପ୍ରଯୁକ୍ତି ବିଦ୍ୟା ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ସାଧାରଣ ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି କହିଛନ୍ତି। ଶିକ୍ଷକମାନଙ୍କର ଗୁଣାତ୍ମକ ମାନ ବୃଦ୍ଧି କରାଇବା ପାଇଁ ଶିକ୍ଷକମାନଙ୍କ ସକାଶ ସମନ୍ଵିତ ବି. ଏଡ୍ କାର୍ଯ୍ୟକ୍ରମ ଆରମ୍ଭ କରାଯିବ।
ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ଏକଲବ୍ୟ ସ୍କୁଲ୍ ଖୋଲାଯିବ। ରାଇଜ୍ ବା ରିଭିଟାଲାଇଜିଙ୍ଗ୍ ଇନ୍ଫ୍ରାଷ୍ଟ୍ରକ୍ଚର୍ ଇନ୍ ସ୍କୁଲ୍ ଏଡୁକେସନ୍ କାର୍ଯ୍ୟକ୍ରମରେ ସ୍କୁଲ୍ର ଭିତ୍ତିଭୂମି ଦୃଢ଼ କରିବା ପାଇଁ ଚାରି ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାର ଅନୁଦାନ ଦିଆଯିବ। ୧୮ଟି ନୂତନ ପ୍ଲାନିଙ୍ଗ୍ ଆଣ୍ଡ୍ ଆର୍କିଟେକ୍ଚର୍ ବସା ଯିବ। ବଡ଼ଦରା ଠାରେ ଏକ ରେଳବାଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମଧ୍ୟ ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି।
ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ଖୋଲିବ ଏକଲବ୍ୟ ସ୍କୁଲ୍: ଅର୍ଥମନ୍ତ୍ରୀ
/sambad/media/post_attachments/wp-content/uploads/2018/02/cats-204.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)