ସଞ୍ଜୟ ରାଉତଙ୍କୁ ବ୍ୟବହାର କରି ଫିଙ୍ଗିଦେଲେ ଶରଦ ପାୱାର, ଗିରଫ ପରେ ବି ଚୁପ୍: ବିଧାୟକ ସଞ୍ଜୟ ଶିରସାଟ

ମୁମ୍ବାଇ: ସଞ୍ଜୟ ରାଉତଙ୍କ ଗିରଫଦାରୀକୁ ନେଇ ଏନସିପି ନେତା ଶରଦ ପାୱାରଙ୍କ କୌଣସି ବିବୃତି ଏପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ। ଏହାକୁ ନେଇ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ବିଧାୟକ ସଞ୍ଜୟ ଶିରସାଟ ରାଉତଙ୍କୁ ବ୍ୟବହାର କରାଯାଇଥିବା କହିଛନ୍ତି।

ସେ କହିଛନ୍ତି ଯେ ଶରଦ ପାୱାର ସଞ୍ଜୟ ରାଉତଙ୍କୁ ବ୍ୟବହାର କରିଛନ୍ତି ଏବଂ ବର୍ତ୍ତମାନ ସଞ୍ଜୟ ରାଉତଙ୍କ ପାଖରେ ପାୱାରଙ୍କ କିଛି କାମ ନଥିବାରୁ ତାଙ୍କ ଗିରଫଦାରୀକୁ ନେଇ ସେ କିଛି ବି ପ୍ରତିକ୍ରିୟା ରଖିନାହାନ୍ତି। ସଞ୍ଜୟ ରାଉତ ଏବେ ତାଙ୍କର ମୂଲ୍ୟ ଜାଣିପାରିବେ। ଯାହା ପାଇଁ ସଞ୍ଜୟ ରାଉତ ଶିବସେନାକୁ ଧ୍ୱଂସ କରିଥିଲେ, ଯାହା ପାଇଁ ଶିବସେନାକୁ ଧ୍ୱଂସ କରିବାକୁ ସୁପାରୀ ନେଇଥିଲେ, ସେ ବର୍ତ୍ତମାନ ଖୁସିରେ ଥିବା ବେଳେ ସଞ୍ଜୟଙ୍କୁ ଜେଲ ଯାଇ ଫଳ ଭୋଗିବାକୁ ପଡ଼ୁଛି।

ସେ ଆହୁରି କହିଛନ୍ତି ଯେ ଶରଦ ପାୱାରଙ୍କ ନିଜ ଦଳର ଦୁଇ ନେତା ଜେଲରେ ଅଛନ୍ତି। ଶରଦ ପାୱାର ଏ ବିଷୟରେ କଦାପି ଆଲୋଚନା କରନ୍ତି ନାହିଁ। ନିଜ ଦଳର ନେତା ପାଇଁ ସାମ୍ନାକୁ ଆସିନଥିବା ଶରଦ ପାୱାର ଏବେ ସଞ୍ଜୟଙ୍କ ପାଇଁ କେମିତି ଆସିବେ। ନିଜର ଲକ୍ଷ ହାସଲ କରିବା ପାଇଁ ସଞ୍ଜୟଙ୍କୁ ବ୍ୟବହାର କରିଥିଲେ ଶରଦ ପାୱାର। ହେଲେ ଏବେ ଲକ୍ଷ ହାସଲ ହୋଇଥିବାରୁ ସେ ତାଙ୍କ ପାଇଁ ଆଗକୁ ଆସିନାହାନ୍ତି। ସଞ୍ଜୟ ରାଉତଙ୍କ ବ୍ୟବହାର କରି ଫିଙ୍ଗି ଦେଇଛନ୍ତି ପାୱାର।

ଉଲ୍ଲେଖଯୋଗ୍ୟ, ରବିବାର ସକାଳେ ପ୍ରବର୍ତ୍ତନ ନିର୍ଦେଶାଳୟ ସଞ୍ଜୟ ରାଉତଙ୍କ ଘରେ ଚଢ଼ାଉ କରି ଦୀର୍ଘ ସମୟ ଧରି ତଲାସ କରିଥିଲା। ତଲାସ ସମୟରେ ତାଙ୍କ ଘରୁ ତଦନ୍ତକାରୀ ଅଧିକାରୀମାନେ ନଗଦ ୧୧.୫୦ ଲକ୍ଷ ଟଙ୍କା ଜବତ କରିଥିଲେ। ଏହା ପରେ ସନ୍ଧ୍ୟା ୭ଟା ବେଳକୁ ରାଉତଙ୍କୁ ଜେରା କରାଯାଇଥିଲା। ଦୀର୍ଘ ସମୟ ଜେରା କରିବା ପରେ ଗତରାତିରେ ‘ଶିବସେନା’ ସାଂସଦ ସଞ୍ଜୟ ରାଉତଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଥିଲା।ସଞ୍ଜ

ସମ୍ବନ୍ଧିତ ଖବର