ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱଧୀନ ଦଳ ବାଲାସାହେବ କି ଶିବସେନାଙ୍କୁ ମିଳିଲା ନିର୍ବାଚନୀ ଚିହ୍ନ। ସିନ୍ଦେଙ୍କ ପାର୍ଟିକୁ ନିର୍ବାଚନୀ ଚିହ୍ନ ଭାବେ ୨ଟି ଖଣ୍ଡା ଓ ଢ଼ାଲ ଦେଲେ ନିର୍ବାଚନ କମିସନ। ଏହାପୂର୍ବରୁ ସିନ୍ଦେ ଗୋଷ୍ଠୀ ମଙ୍ଗଳବାର ଦିନ ନିର୍ବାଚନ ଆୟୋଗ (ଇସି)ଙ୍କୁ ତାଙ୍କ ପସନ୍ଦର ତିନୋଟି ନିର୍ବାଚନ ଚିହ୍ନ ପଠାଇଥିଲେ। ନିର୍ବାଚନୀ ଚିହ୍ନ ପାଇଁ ଦଳ ପ୍ରଥମେ ଦାଖଲ କରିଥିବା ବିକଳ୍ପ ଆୟୋଗ ପ୍ରତ୍ୟାଖ୍ୟାନ କରିବା ପରେ ଆଜି ନିର୍ବାଚନ ଆୟୋଗ ବାଲାସାହେବ କି ଶିବସେନାକୁ ୨ଟି ଖଣ୍ଡା ଓ ଢ଼ାଲ ଚିହ୍ନ ଦେଇଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ଶନିବାର ନିର୍ବାଚନ ଆୟୋଗ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଦଳ ଏବଂ ସିନ୍ଦେଙ୍କ ନେତୃତ୍ୱାଧୀନ ଦଳକୁ ନଭେମ୍ବର ୩ରେ ଅନ୍ଧେରୀ ଇଷ୍ଟରେ ହେବାକୁ ଥିବା ଉପ-ନିର୍ବାଚନରେ ​​ଶିବସେନାର ନାଁ ଏବଂ ଚିହ୍ନ ବ୍ୟବହାର କରିବାକୁ ମନା କରିଥିଲେ। ‌ଏହା ସହ ଦଳୀୟ ଚିହ୍ନ ପାଇଁ ୩ଟି ବିକଳ୍ପ ଦାଖଲ କରିବାକୁ କମିସନ ଉଭୟ ଦଳକୁ ନିର୍ଦ୍ଦେଶ ଦେଇଥିଲେ। ସୋମବାର ଉଦ୍ଧବଙ୍କ ନେତୃତ୍ୱାଧୀନ ଦଳକୁ ମଶାଲ ଚିହ୍ନ ମିଳିଥିବା ବେଳେ ଆଜି ସିନ୍ଦେଙ୍କ ନେତୃତ୍ୱାଧୀନ ଦଳକୁ ୨ଟି ଖଣ୍ଡା ଓ ଢ଼ାଲ ଚିହ୍ନ ମିଳିଛି।