ଏକନାଥ ସିନ୍ଦେଙ୍କ ଜୀବନ ପ୍ରତି ବିପଦ: ଗୁଇନ୍ଦା ରିପୋର୍ଟ ମିଳିବା ପରେ ସୁରକ୍ଷା ବଢ଼ିଲା

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଜୀବନ ପ୍ରତି ବଡ଼ ବିପଦ ରହିଛି। ଆଜି ଏ ନେଇ ଗୁଇନ୍ଦା ସଂସ୍ଥାର ରିପୋର୍ଟ ମିଳିବା ପରେ ତାଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ରାଜ୍ୟ ଗୁଇନ୍ଦା ବିଭାଗ ଏ ନେଇ ଏକ ଜରୁରୀ ରିପୋର୍ଟ ଦାଖଲ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ସମୀକ୍ଷା କରାଯାଇଛି। ସିନ୍ଦେଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ଉପଲବ୍ଧ ଥିବା ବେଳେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଥାନେରେ ସିନ୍ଦେଙ୍କ ବାସଭବନ ଏବଂ ମୁମ୍ବାଇରେ ସରକାରୀ ବାସଭବନରେ ବି ସୁରକ୍ଷା ବଢ଼ାଇ ଦିଆଯାଇଛି। ସିନ୍ଦେ ୫ ଅକ୍ଟୋବରରେ ମୁମ୍ବାଇରେ ଏମ୍‌ଏମ୍‌ଆର୍‌ଡିଏ ମୈଦାନରେ ତାଙ୍କର ପ୍ରଥମ ଦଶହରା ରୢାଲିରେ ଉଦ୍‌ବୋଧନ ଦେବେ। ଚଳିତ ବର୍ଷ ଜୁନ୍‌ରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର